ପିପିଲି: ପିପିଲି ଅଂଚଳରେ ଲିଙ୍ଗରାଜ ଥିଲେ ସମସ୍ତଙ୍କର ପ୍ରିୟ କମ୍ପ୍ୟୁଟର ଇଂଜିନିୟର । ଆଜି ସେ ନିଜର ଚିକିତ୍ସା ପାଇଁ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି। ପିପିଲି ଟିଚର୍ସ କଲୋନୀରେ ବାସ କରନ୍ତି ଲିଙ୍ଗରାଜ ସାମନ୍ତରାୟ(୩୫)। ଦିନେ ତାଙ୍କୁ ପୂରା ପିପିଲି ଜାଣିଥିଲା କମ୍ପ୍ୟୁଟର ଇଂଜିନିୟର ଭାବେ। ଏମିତି କୋଉ କାମ ନଥିଲା ଯାହା ସେ କରିପାରିବେ ନାହିଁ। ହେଲେ ଦଇବ ଦାଉ ସାଧିଲା। ଗଲା ତିନିବର୍ଷ ହେଲା ସେ ରୋଗରେ ପିଡୀତ। ତାଙ୍କର ବୃକକ୍ ସଂକ୍ରମଣ ଯୋଗୁଁ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ପାଖରେ ଯାହା ଥିଲା ସବୁ ସାରିଦେଲେ ରୋଗ ଭଲ କରିବାକୁ। ତଥାପି ଭଲ ହେଉନି ରୋଗ। ଚିକିତ୍ସା ପାଇଁ ପ୍ରତିମାସରେ ତାଙ୍କୁ ୬୦ରୁ ୭୦ ହଜାର ଟଙ୍କାର ଆବଶ୍ୟକତା ପଡୁଛି। ଯାହା ଯୋଗାଇବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଫଳରେ ଏବେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି ଲିଙ୍ଗରାଜ।
ଚିକିତ୍ସା ପାଇଁ ଭିକ ମାଗୁଛନ୍ତି କମ୍ପ୍ୟୁଟର୍ ଇଂଜିନିୟର
/sambad/media/post_attachments/wp-content/uploads/2017/10/PIPILI-lingaraj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)