କୋରାପୁଟ: କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ ହୋଇଥିବା ଜଣାଯାଇଛି। ୭,୦୦୦ଟଙ୍କା ଦରମା ମିଳିବ ବୋଲି କହି ମାସକୁ ୪,୦୦୦ଟଙ୍କା ଦେଉଥିଲେ ପବିତ୍ର ବେଦାନ୍ତ। ସବୁ ଟଙ୍କା ମାଗିଲେ ପବିତ୍ର ବେଦାନ୍ତ ପୀଡ଼ିତାଙ୍କୁ ତାଙ୍କ ସହ ରାତି ବିତାଇବାକୁ କହୁଥିଲେ। ଏହା ସହ ରାତି ନ ବିତାଇଲେ ଅଧା ଟଙ୍କା ଦେଇ ଚାକିରିରୁ ବାହାର କରିଦେବି ବୋଲି ପୀଡ଼ିତାଙ୍କୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଧମକ ଦେଉଥିଲେ। ଅନେକ ଦିନ ଚୁପ ରହିବା ପରେ ଶେଷରେ ସୁନାବେଡ଼ା ପୁଲିସ ଷ୍ଟେସନରେ ପୀଡ଼ିତା ଅଭିଯୋଗ କରିବାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୀଡ଼ିତାଙ୍କ ନାଁ ସୁଚିତ୍ରା ପାତ୍ର ବୋଲି ଜଣା ପଡ଼ିଛି।
ସୁଚିତ୍ରାଙ୍କ ଅଭିଯୋଗ ମୁତାବକ, ସେ ୫.୧୨.୨୦୧୬ରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟରେ ଡାଟା ଏଣ୍ଟ୍ରୀ ଅପରେଟର ଭାବେ କାମ ଆରମ୍ଭ କରିଥିଲେ। ହେଲେ ମାସ ଶେଷକୁ ୭,୦୦୦ପରିବର୍ତ୍ତେ ତାଙ୍କୁ ୪,୦୦୦ଟଙ୍କା ଦେଇଥିଲେ ଅଧ୍ୟକ୍ଷ ପବିତ୍ର ବେଦାନ୍ତ। ଏ ନେଇ ପଚାରିବା ପରେ କିଛି ଦିନ ମଧ୍ୟରେ ପୂରା ଟଙ୍କା ମିଳିଯିବ ବୋଲି ଅଧ୍ୟକ୍ଷ ପବିତ୍ର ବେଦାନ୍ତ ସୁଚିତ୍ରାଙ୍କୁ କହିଥିଲେ। କିଛି ମାସ ଏଭଳି ଯିବା ପରେ ଯେତେବେଳେ ସେ ନିଜର ପୂରା ଦରମା ପାଇଁ ଦାବି କଲେ, ଅଭିଯୁକ୍ତ ତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଦେଇଥିଲେ। ତାଙ୍କ ସହ ରାତି ନ ବିତାଇଲେ ବାକି ଥିବା ଟଙ୍କା ନଦେଇ ଚାକିରିରୁ ବାହାର କରିଦେବି ବୋଲି ସୁଚିତ୍ରାଙ୍କୁ ଧମକ ଦେଇଥିଲେ ଅଭିଯୁକ୍ତ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ।
/sambad/media/post_attachments/cfdd6faa4cada81008f1250928bf4f7ce689a91e235c6c45ed7541bc8ad35dae.jpg)
ମେ ୨୦୧୮ରୁ ସୁଚିତ୍ରାଙ୍କ ଦରମା ୧୦,୦୦୦ଟଙ୍କା ହେବା ପରେ ପୂରା ଟଙ୍କା ନଦେଇ ସେ ସୁଚିତ୍ରାଙ୍କୁ ୫,୦୦୦ଟଙ୍କା ଦେଉଥିଲେ। ଏ ନେଇ ପଚାରିବାରୁ ଅଧ୍ୟକ୍ଷ ପବିତ୍ର ବେଦାନ୍ତ କହିଥିଲେ ଯେ, ଯେବେ ମୋ ସହ ରାତି ବିତାଇବୁ, ସେହିଦିନ ପୂରା ଟଙ୍କା ପାଇଯିିବୁ। ଏହା ସହ ମୋ ପାଖରେ ଖୁବ ଟଙ୍କା ଅଛି, ଶାରୀରିକ ସଂପର୍କ ରଖିଲେ ବହୁତ ଟଙ୍କା ଦେବି ବୋଲି କହିଥିଲେ ଅଭିଯୁକ୍ତ। ବର୍ଷ ପରେ ବର୍ଷ ବିତିଚାଲିବା ସହ ଅଧ୍ୟକ୍ଷ ପବିତ୍ର ବେଦାନ୍ତଙ୍କ ନିର୍ଯାତନା ମଧ୍ୟ ବଢ଼ିଚାଲିଥିଲା। ଚାକିରି ପରଠାରୁ ଏଭଳି ନିର୍ଯାତନା ସହି ଆସୁଥିବା ସୁଚିତ୍ରା ଶେଷରେ ପୁଲିସର ଦ୍ବାରସ୍ଥ ହେବାରୁ ଏବେ ପୁଲିସ ତାଙ୍କୁ ଗିରଫ କରିଛି।