ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଓ ‘କମ୍ପ୍ୟୁଟର ପଏଣ୍ଟ’ର ମିଳିତ ସହଯୋଗରେ ୨୦୧୫-୧୬ ଶିକ୍ଷାବର୍ଷରେ କେନ୍ଦୁଝର, ଖୋର୍ଧା, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ଭଦ୍ରକ ଜିଲ୍ଲାର ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ କମ୍ପ୍ୟୁଟର ପାଠ୍ୟକ୍ରମ ପ୍ରଚଳନ ହୋଇଥିଲା। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିଲେ। ତେବେ ୨୦୧୬ ମାର୍ଚ୍ଚ ମାସ ପରେ ଉକ୍ତ ସଂସ୍ଥା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜିନାମାର ନବୀକରଣ କରାଯାଇ ନାହିଁ। ତେଣୁ ୨୦୧୬ ମାର୍ଚ୍ଚ ପରେ ଉକ୍ତ ସଂସ୍ଥା ଦ୍ବାରା ଚାଲିଥିବା କମ୍ପ୍ୟୁଟର ପାଠ୍ୟକ୍ରମକୁ ବେଆଇନ ବୋଲି ଘୋଷଣା କରାଯାଇଛି। ଯଦି କୌଣସି କଲେଜରେ ଏଭଳି ବେଆଇନ ଘୋଷିତ ପାଠ୍ୟକ୍ରମ ଚାଲୁଥିବ ତେବେ ଏଥିପାଇଁ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ଦାୟୀ ରହିବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର କହିଛନ୍ତି।
‘କମ୍ପ୍ୟୁଟର ପଏଣ୍ଟ’ ଦ୍ୱାରା ଚାଲୁଥିବା କମ୍ପ୍ୟୁଟର ପାଠ୍ୟକ୍ରମ ବେଆଇନ
/sambad/media/post_attachments/wp-content/uploads/2019/11/computer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)