ଭୁବନେଶ୍ବର : ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ(ଇକୋରୋ)ର ଅଧ୍ୟକ୍ଷା ଅନୁପମା ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସଙ୍ଗଠନର କର୍ମକର୍ତ୍ତାମାନେ ଅନାଥ ପିଲାଙ୍କୁ କମ୍ପ୍ୟୁଟର ଡେସ୍କଟପ୍ ସେଟ୍ ପ୍ରଦାନ କରିଛନ୍ତି। ଅନଲାଇନ୍ କ୍ଲାସରେ ସହାୟତା ସହ କମ୍ପ୍ୟୁଟର ଶିକ୍ଷାର ଉନ୍ନତି ପାଇଁ ଆଶା କିରଣରେ ରହୁଥିବା ଅନ୍ତେବାସୀଙ୍କୁ ସଙ୍ଗଠନ ପକ୍ଷରୁ ପ୍ରିଣ୍ଟର୍ ସହ ଏହି କମ୍ପ୍ୟୁଟର ଦିଆଯାଇଛି। ଏହି ଅବସରରେ ସଙ୍ଗଠନ ସମ୍ପାଦିକା ମନମିତା ମଣ୍ଡଳ, କୋଷାଧ୍ୟକ୍ଷା ଭାରତୀ ନିନାୱେ ଓ ରୋଜିନା ଜେନାଙ୍କ ସମେତ ଇକୋରୋର ସଦସ୍ୟାମାନେ ଉପସ୍ଥିତ ଥିଲେ।
ଇକୋରୋ ପକ୍ଷରୁ କମ୍ପ୍ୟୁଟର ପ୍ରଦାନ
/sambad/media/post_attachments/wp-content/uploads/2022/07/ecora.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)