ଜୁନାଗଡ଼: ଜୁନାଗଡ଼ ସରକାରୀ ଉଚ୍ଚବିଦ୍ୟାଳୟରୁ ଚୋରି ହୋଇଥିବା କମ୍ପ୍ୟୁଟର ପୁଲିସ୍ ଉଦ୍ଧାର କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗତ ୧୪ ତାରିଖ ବିଦ୍ୟାଳୟରୁ ୩ଟି କମ୍ପ୍ୟୁଟର ଚୋରି ହୋଇଥିବା ପ୍ରଧାନ ଶିକ୍ଷକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା।

Advertisment

ଘଟଣାରେ ସଂପୃକ୍ତ ସହରର ସୋମିୟା ବନ୍ଧପଡ଼ାର ମଗଶିର ଦଣ୍ଡସେନା (୪୬), ବାବୁପଡ଼ାର ଗଣେଶ ମଲ୍ଲିକ (୧୯), ବ୍ରାହ୍ମଣପଡ଼ାର ଚନ୍ଦ୍ର ଖରସେଲ (୨୨)କୁ ପୁଲିସ୍ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି କମ୍ପ୍ୟୁଟର ଉଦ୍ଧାର କରିଛି। ଏଥିସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।