କମ୍ପ୍ୟୁଟର ଶିକ୍ଷକ ଛଟେଇ ପ୍ରସଙ୍ଗ ଉଠିଲା : ସତର୍କ କରାଇଲେ ବିରୋଧୀ ଦଳ ନେତା, ସନ୍ତ୍ରାସବାଦରେ ସାମିଲ ହୋଇଯାଇପାରନ୍ତି

ସରକାର କହିଲେ, ଆମେ ନିଯୁକ୍ତି ଦେଇନୁ

ଭୁବନେଶ୍ୱର : ରାଜ୍ୟରେ ୪ହଜାର କମ୍ପ୍ୟୁଟର ଶିକ୍ଷକ ଛଟେଇ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାର ତୁରନ୍ତ ହସ୍ତକ୍ଷେପ କରିବା ଲାଗି ସେ ଦାବି ରଖିଥିଲେ। ସତର୍କ କରାଇ ଦେଇଥିଲେ ଯେ ସେମାନେ ଖରାପ ରାସ୍ତାରେ ଚାଲିଯାଇପାରନ୍ତି। ଦେଶରେ ସନ୍ତ୍ରାସବାଦରେ ସାମିଲ ହେଉଥିବା ଲୋକମାନେ ମଧ୍ୟ ଉଚ୍ଚଶିକ୍ଷିତ ବୋଲି କହିିଥିଲେ ଶ୍ରୀ ନାୟକ।

ଅନ୍ୟପକ୍ଷରେ ବିଧାନସଭା ବାହାରେ ମନ୍ତ୍ରୀ ଏ େନଇ ଉତ୍ତର ରଖିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ୪ ହଜାର ଶିକ୍ଷକ ଛଟେଇ ହେବା ନିଶ୍ଚିତ ଭାବେ ଦୁଃଖଦ ଘଟଣା। କିନ୍ତୁ ଏମାନଙ୍କୁ ସରକାର ନିଯୁକ୍ତି ଦେଇନଥିଲେ। ଟେଣ୍ଡର ମାଧ୍ୟମରେ ଏକ ସର୍ଭିସ ପ୍ରୋଭାଇଡର ଚୟନ କରାଯାଇଥିଲା, େଯଉଁମାନେ ନିଯୁକ୍ତି ଦେଇଥିଲେ। େସମାନଙ୍କ ସହ ଚୁକ୍ତି ଅବଧି ୫ ବର୍ଷ ଥିଲା। ଏ ଭିତରେ େସମାନେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବେ ଓ ପରବର୍ତୀ ସମୟରେ ସେମାନଙ୍କ ମାଧ୍ୟମରେ ସରକାରଙ୍କ ଏହି କାର୍ଯ୍ୟକ୍ରମ ଚାଲିବ। ତେବେ ଖୁବଶୀଘ୍ର ୨ ହଜାର ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦିଆଯିବ। ଆଉ ସେତେବେଳେ ହିଁ ଛଟେଇ ଶିକ୍ଷକଙ୍କ କଥା ଚିନ୍ତା କରାଯିବ ।

ଆଜି ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ନାୟକ ବୈଧାନିକ ପ୍ରଶ୍ନ ଉତ୍‌ଥାପନ କରି କହିଥିଲେ ଯେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ବହୁତ ପଛରେ ରହିଛି। ଠିକ୍‍ ଏମିତି ସମୟରେ ରାଜ୍ୟ ସରକାର ୪ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରିଛନ୍ତି। ସେମାନେ ଏବେ ରାଜରାସ୍ତାରେ ବୁଲୁଛନ୍ତି।

ବିରୋଧୀ ଦଳ ନେତା କହିଥିଲେ ଯେ ଦୁଇଟି କଂପାନି ମାଧ୍ୟମରେ ଏମାନଙ୍କୁ ୩୦ଟି ଜିଲ୍ଲାରେ ନିଯୁକ୍ତି ଦିଆଯାଇଥିଲା। ଏବେ ସେମାନଙ୍କୁ ଛଟେଇ କରାଯାଇଛି। ବିଭିନ୍ନ ବିଦ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କାର କମ୍ପ୍ୟୁଟର ଖତ ଖାଉଛି।

ଶ୍ରୀ ନାୟକ କହିଥିଲେ, ଆମକୁ କମ୍ପ୍ୟୁଟର ଆସୁନାହିଁ। ଆମ ପିଲାମାନେ ବି ଶିଖିବେ ନାହିଁ। ୨୦୦୯ରେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ ସରକାରୀ କରାଯିବା କଥା କୁହାଯାଉଥିଲା। ଆଜି ଦିନ ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟା ଯାଇନାହିଁ। ଏବେ ଅନୁଦାନ ଦିଆଯାଉଛି। କିନ୍ତୁ ବହୁ ବିଦ୍ୟାଳୟ ବାଦ୍‍ ପଡ଼ିଗଲେ।

ଏହି ଆଉଟ୍‍ ସୋର୍ସିଂ ସଂସ୍ଥାମାନେ କିଏ, ସେ ନେଇ ତଦନ୍ତ କରିବା ଲାଗି ସେ ଦାବି କରିଥିଲେ ।

ଶ୍ରୀ ନାୟକ କହିଥିଲେ, ଯେତେବେଳେ କମ୍ପ୍ୟୁଟର ଶିକ୍ଷକଙ୍କୁ ଦରମା ମିଳୁଥିଲା, ମାସିକ ହଜାରେ ଟଙ୍କା କାଟି ରଖୁଥିଲେ ଏହି ସଂସ୍ଥା। ମାସକୁ ୪୦ ଲକ୍ଷ ଟଙ୍କା ରୋଜଗାର କରିବେ? ସେପଟେ ଯେଉଁମାନେ ଛଟେଇ ହେଲେ ସେମାନଙ୍କ ମଧ୍ୟରୁ ଅନେକଙ୍କ ବୟସ ଗଡିଗଲାଣି। ଏବେ ସେମାନେ କଣ କରିବେ? ନକ୍ସଲରେ ସାମିଲ ହୋଇପାରନ୍ତି ବୋଲି ସେ ସରକାରଙ୍କୁ ସତର୍କ କରାଇ ଦେଇଥିଲେ।

ସମ୍ବନ୍ଧିତ ଖବର