ଜଗତସିଂହପୁର ଟାଉନ୍ : ଛାତ୍ରୀଙ୍କୁ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ପଠାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଘଟଣା ବାଲିକୁଦା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବାଲିକୁଦା ତହସିଲ ଛକରେ ଡ୍ରିମ୍‌ଲ୍ୟାଣ୍ଡ କମ୍ପ୍ୟୁଟର ସେଣ୍ଟର ମାଲିକ/କମ୍ପ୍ୟୁଟର ଶିକ୍ଷକ ଆମ୍ଭଶାଳ ନାନିକିପଡ଼ାର ସାଗର ମହାପାତ୍ରର କଳା କାରନାମାର ତାଲିକା ମଧ୍ୟ ଧୀରେ ଧୀରେ ଲମ୍ବୁଛି । ଛାତ୍ରୀଙ୍କ ଅଭିଯୋଗ ପରେ ସାଗର ସହିତ ଧମକ ଦେଇଥିବା ଦୁଇ ସାମ୍ବାଦିକ ଗିରଫ ହୋଇଥିଲେ। ଏବେ ବେଲ୍‌ରେ ଆସି ମଧ୍ୟ ଛାତ୍ରୀଙ୍କୁ ପ୍ରଭାବିତ କରିବାକୁ ତିନି ଜଣ ଏକାଠି ହୋଇ ଲାଗି ପଡ଼ିଛନ୍ତି । ଯାହାକୁ ନେଇ ସାଧାରଣ ଲୋକ ଏବଂ କିଛି ମହିଳା ସଙ୍ଗଠନ ଉଦ୍‌ବେଗ ପ୍ରକାଶ କରିଛନ୍ତି ।publive-imagepublive-image

Advertisment

publive-imageଡ୍ରିମ୍‌ଲ୍ୟାଣ୍ଡରେ ଚାଲିଥିଲା ଯୌନ ଶୋଷଣ
ନୂଆ ନୂଆ କଲେଜ ଆସୁଥିବା ଛାତ୍ରୀଙ୍କୁ ଟାର୍ଗେଟ କରି ଡ୍ରିମ୍‌ଲ୍ୟାଣ୍ଡ କମ୍ପ୍ୟୁଟର ସେଣ୍ଟରକୁ ଅଣାଯାଉଥିଲା । ପ୍ରଥମେ ସେମାନଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିଲା ମାଲିକ/କମ୍ପ୍ୟୁଟର ଶିକ୍ଷକ ସାଗର ମହାପାତ୍ର । ଏମିତିକି ଜନ୍ମ ଦିନ କେକ୍ କାଟିବା ଠାରୁ ଆରମ୍ଭ କରି ଚକୋଲେଟ୍ ଦେବା ଯାଏ ଚେଷ୍ଟା କରୁଥିଲା । ପରେ ପରେ କମ୍ପ୍ୟୁଟର ଶିଖାଇବା ନାଁରେ ଅଶ୍ଳୀଳ ଇଙ୍ଗିତ କରୁଥିଲା। ଏକୁଟିଆ ଡକାଇ ଖରାପ କଥା କହୁଥିଲା । ଦେହକୁ ଦେହ ଲଗେଇ ସେଲ୍ଫି ନେଉଥିଲା । ତେବେ ସେଲ୍ଫି ନେବା ସମୟରେ ହଠାତ୍ ଜାବୁଡ଼ି ଧରିବା ଓ ଚୁମ୍ବନ ଦେବା ଭଳି ଘଟଣା ମଧ୍ୟ ଘଟିଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ସେହି ଫଟୋ ରଖି କୋମଳମତି ଝିଅମାନଙ୍କୁ ତା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ଖାଲି ସେତିକି ନୁହେଁ ଝିଅ ମାନଙ୍କ ମୋବାଇଲକୁ ଅଶ୍ଳୀଳ ଭିଡ଼ିଓ ଓ ଫଟୋ ପଠାଉଥିଲା । କଳେବଳେ କୌଶଳେ ଡ୍ରିମ୍‌ଲ୍ୟାଣ୍ଡ କମ୍ପ୍ୟୁଟର ସେଣ୍ଟର ଭିତରେ ଏଭଳି ଯୌନ ଶୋଷଣ କରୁଥିଲା ସାଗର ।

publive-image

ଜଣେ ଛାତ୍ରୀଙ୍କ ଭାଇରାଲ୍ ହେଉଛି ଅଶ୍ଳୀଳ ଟିକ୍‌ଟକ୍ ଛାତ୍ରୀଙ୍କ ସହ ଚୁମ୍ବନ ଭିଡ଼ିଓ
ତେବେ ଡ୍ରିମ୍‌ଲ୍ୟାଣ୍ଡ କମ୍ପ୍ୟୁଟର ସେଣ୍ଟର ଭିତରେ ଜଣେ ଛାତ୍ରୀଙ୍କ ସହ ସାଗରର ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। କମ୍ପ୍ୟୁଟର ସେଣ୍ଟର ଭିତରେ ଏହି ଭିଡ଼ିଓ କରାଯାଇଥିବା ଜଣାପଡ଼ିଛି। ସବୁଠାରୁ ଅଶ୍ଚର୍ଯ୍ୟର କଥା ହେଉଛି ସାମାଜିକ ଗଣମାଧ୍ୟମ ଟିକ୍‌ଟକ୍‌ରେ ଜଣେ ଛାତ୍ରୀଙ୍କ ସହ ଭିଡ଼ିଓ କରି ସାଗର ସେଥିରେ ମଧ୍ୟ ଚୁମ୍ବନ ଦିଆନିଆ ହେଉଥିବା ନଜର ଆସିଛି। ପୂର୍ବରୁ ଏକାଧିକ ଝିଅଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ସମ୍ପର୍କ ରଖିଛି ସାଗର। ବ୍ଲାକ୍ ମେଲିଂ ବି କରିଛି। ହେଲେ ଲୋକ ଲଜ୍ଜାରୁ କେହି ଅଭିଯୋଗ କରିନଥିଲେ । ହେଲେ ବାଲିକୁଦା ଅଂଚଳର ଛାତ୍ରୀ ଜଣଙ୍କୁ ସାହସ ଜୁଟାଇ ବାଲିକୁଦା ଥାନାରେ ମାମଲା ରୁଜୁ କରିବା ପରେ ସାଗର ବନ୍ଧା ହୋଇଛି।

publive-image ପ୍ରଦୀପ୍ତ ମୁଦୁଲି

ସାମ୍ବାଦିକ ବୃତ୍ତିରେ କଳଙ୍କ ବୋଳିଲେ, ଧମକ ଦେଇ ଗିରଫ ହେଲେ
ସାମ୍ବାଦିକତା ବୃତ୍ତିରେ କଳଙ୍କ ବୋଳିଛନ୍ତି ସାମ୍ବାଦିକ ବୋଲାଉଥିବା ବାଲିକୁଦାର ଦୁଇ ଜଣ ବ୍ୟକ୍ତି। ଛାତ୍ରୀଙ୍କ ପାଖକୁ ଅଶ୍ଳୀଳ ଭିଡ଼ିଓ ପଠାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ସାଗର ମହାପାତ୍ରର ମଧ୍ୟସ୍ଥି ସାଜି ମାମଲାକୁ ପ୍ରତ୍ୟାହାର କରିବା ନେଇ ଛାତ୍ରୀଙ୍କୁ ଚାପ ପକାଉଥିଲେ। ଛାତ୍ରୀ ଓ ତାଙ୍କ ପରିବାରକୁ ଧମକ ଦେବା ସହ ମାମଲା ରଫାରଫା ନକଲେ ଭିଡ଼ିଓ ଓ ଫଟୋ ଭାଇରାଲ କରିବାକୁ କହି ମାନସିକ ଚାପ ପକାଉଥିଲେ। ଥାନାରେ ଛାତ୍ରୀ ଜଣକ ବିପୀନ ସେଠୀ ଓ ପ୍ରଦୀପ୍ତ ମୁଦୁଲି ନାମରେ ଅଭିଯୋଗ ପରେ ତଦନ୍ତ କରି ବାଲିକୁଦା ଥାନା ପୁଲିସ ୯୬/୨୦୨୦ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ତେବେ ଦୁଇ ଜଣଙ୍କୁ ଉକ୍ତ ଖବରକାଗଜ ସଂସ୍ଥା ବିଦା କରିଥିବା ଖବର ମିଳୁଛି।

publive-image ବିପୀନ ସେଠୀ

ତେବେ ବିପୀନ ସେଠୀ ଜଗତସିଂହପୁରର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ଆସିଥିଲା। ଛାତ୍ରୀ ଓ ତାଙ୍କ ପରିବାର ଲୋକ ଲଜ୍ଜାକୁ ଡରି ଥାନାରେ କୌଣସି ମାମଲା କରି ନଥିଲେ । ହେଲେ ଉକ୍ତ ଘରୋଇ ବିଦ୍ୟାଳୟର ତଡ଼ା ଖାଇଥିଲା ଏହି ସାମ୍ବାଦିକ ବୋଲାଉଥିବା ବିପୀନ ସେଠୀ।