ବ୍ରହ୍ମପୁର : ସାଉଥ୍କୋ ଏମ୍ପ୍ଲୋଏଜ୍ ଇଂଜିନିୟର୍ ଓ ଅଫିସର ମିଳିତ ମଞ୍ଚ ତରଫରୁ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ଘରୋଇକରଣ ଏବ˚ ବିଦ୍ୟୁତ୍ ବିଲ୍ ୨୦୨୦କୁ ବିରୋଧ କରି ଆଜି ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ଫାଟକରେ ତାଲା ଦେଇ ଧାରଣା ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ସ˚ସ୍କାର ଆଇନ୍ ୧୯୯୫ ଓ ବିଦ୍ୟୁତ୍ ଆଇନ୍ ୨୦୦୩ ଅନୁସାରେ ସାଉଥ୍କୋର ୫୧ପ୍ରତିଶତ ମାଲିକାନାସର୍ତ୍ତ ଟାଟା ଉପରେ ନ୍ୟସ୍ତ କରାଯାଇଛି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଶ୍ରମିକ ସଙ୍ଗଠନ ସହିତ କୌଣସି ଆଲୋଚନା ନକରି ତରବରିଆ ଭାବେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଅଭିଯୋଗ କରାଯାଇଛି। ଏହାଦ୍ବାରା ବିତ୍ୟୁତ ବଣ୍ଟନ ସଂସ୍ଥାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ଆଜି ବିଧିବଦ୍ଧ ଭାବେ ସମ୍ପୃକ୍ତ ସ˚ସ୍ଥା ତା’ର କାମ ଆରମ୍ଭ କରିବା ଜାଣି ମଞ୍ଚ ପକ୍ଷରୁ ଦୃଢ଼ ବିରୋଧ କରାଯାଇ ତାଲାବନ୍ଦ ଧାରଣା ଦିଆଯାଇଥିଲା।
ମଞ୍ଚର ଦାବି ଅନୁସାରେ ସାଉଥ୍କୋ ୟୁଟିଲିଟିର ନାମ ପରିବର୍ତ୍ତନ ହେବ ନାହିଁ, ଶ୍ରମିକ, ଅଫିସ୍ର, କର୍ମଚାରୀମାନଙ୍କ ପୂର୍ବ ଚାକିରି ସର୍ତ୍ତାବଳୀ କାଏମ ରହିବ, ଓଡ଼ିଶା ସରକାରଙ୍କ ସର୍ଭିସ କୋଡ୍, ମଜୁରି ନିର୍ଦ୍ଧାରଣ ସର୍ତ୍ତାବଳୀ, ପେନ୍ସନ୍, ଗ୍ରାଚ୍ୟୁଇଟି ଇତ୍ୟାଦି ଯାହା ଥିଲା ତାହା ବଜାୟ ରଖିବାକୁ ଦାବି କରାଯାଇଛି। ସେହିପରି ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ପ୍ରଦାନ କରିବାକୁ ଦାବି କରାଯାଇଛି। ଇଂଜିନିୟର୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ପ୍ରଭାତ କରଙ୍କ ସମେତ ଅନ୍ୟ ସ˚ଘର ବି.ବି ନାୟକ, ପଞ୍ଚାନନ ଜେନା, ଏନ୍.ଏନ୍ ଦାସ, ପ୍ରଫୁଲ୍ଲ ପଟ୍ଟନାୟକ, ବିଶ୍ବନାଥ ପାଢ଼ୀ, ଦୁର୍ଗାପ୍ରସାଦ ନନ୍ଦ, ଦୁର୍ଗା ମିଶ୍ର, ବିନୋଦ ବିହାରୀ ପଣ୍ତାଙ୍କ ସମେତ ମଞ୍ଚର ଶତାଧିକ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।