ଲୋୟର୍‌ ସୁକତେଲ୍‌ ଅଫିସ୍‌ ଆଗରେ ୱାର୍କଚାର୍ଜ କର୍ମଚାରୀଙ୍କ ଧାରଣା

ବଲାଙ୍ଗୀର : ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ସହ ଜଳସଂପଦ ବିଭାଗର ସଚିବ ମଧ୍ୟ ଆସିଥିଲେ। ଏପଟେ ବଲାଙ୍ଗୀର ଇରିଗେସନ ଏବଂ ଲୋୟର ସୁକତେଲ କାର୍ଯ୍ୟାଳୟ ସମ୍ମୁଖରେ ୱାର୍କଚା‌ର୍ଜ କର୍ମଚାରୀମାନେ ଧାରଣା ଦେଇଥିଲେ। ନିଖିଳ ଓଡ଼ିଶା ବ୍ରଟ୍‌ଓଭର ୱାର୍କଚାର୍ଜ ଜଳସେଚନ କର୍ମଚାରୀ ସଂଘ ତରଫରୁ ଆନ୍ଦୋଳନ କରଯାଇଥିଲା। ଦଶବର୍ଷ ହେଲା କାମ କରୁଥିଲେ ମଧ୍ୟ ଚାକିରି ସ୍ଥାୟୀ ହୋଇ ନଥିବାରୁ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପାସ୍‌ବୁକ୍‌ରେ ପେନ୍‌ସନ୍‌ ଦିଆଯାଉ ନଥିବାରୁ ସେମାନେ ଆନ୍ଦୋଳନ କରି ଦାବି ଉପସ୍ଥାପନ କରିଥିଲେ। ମାସକ ଭିତରେ ଦାବି ପୂରଣ ହେବ ବୋଲି ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର