/sambad/media/post_attachments/wp-content/uploads/2021/06/drain-aaaa-300x200.jpg)
ବର୍ଷା ଜଳ ଜମିଲେ ବା କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ମ୍ୟାଲେରିଆ, ଡେଙ୍ଗୁ, ଜାପାନିଜ୍ ଏନସେଫାଲାଇଟିସ୍, ଜଳବାହିତ ରୋଗ ହଇଜା, ଜଣ୍ଡିସ୍ ଆଦି ବ୍ୟାପିବାର ଆଶଙ୍କା ଥିବାରୁ ଏନେଇ ପ୍ରତିଷେଧକ ବ୍ୟବସ୍ଥା ନେବାକୁ କୁହାଯାଇଛି। ଏହି ସବୁ ଅଞ୍ଚଳରେ ବ୍ଲିଚିଂ ପାଉଡର ପକାଇବା ସହ ସେପ୍ଟିକ୍ ଟାଙ୍କି, ସୋକ୍ ପିଟ୍ ଆଦିରୁ ଆବର୍ଜନା କଢ଼ାଯିବ। ସମସ୍ତ ସହରାଞ୍ଚଳରେ ମଶାଙ୍କ ଦୌରାତ୍ମ୍ୟ କମାଇବାକୁ ନିୟମିତ ଫଗିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସବୁ ସହରାଞ୍ଚଳରେ ୟୁନିଫାଏଡ୍ କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲିବ। ଏଥିରେ ପୌରସଂସ୍ଥା, ଅଗ୍ନିଶମ, ଶକ୍ତି, ଡ୍ରେନେଜ୍, ପୂର୍ତ୍ତ, ଜନସ୍ବାସ୍ଥ୍ୟ/ୱାଟ୍କୋ ବିଭାଗର କର୍ମଚାରୀମାନେ ରହିବେ। ଅଧିକ ବର୍ଷା ସମ୍ଭାବନା ଥିଲେ ଏହା ୨୪ଘଣ୍ଟା କାମ କରିବ। ଏନେଇ ସମସ୍ତ ବିଭାଗକୁ ନେଇ ଏକ ପ୍ରସ୍ତୁତି ବୈଠକ କରିବାକୁ ପୌରସଂସ୍ଥାର ମୁଖ୍ୟମାନଙ୍କୁ କୁହାଯାଇଛି।