ଯାଜପୁରସଦର: ଯାଜପୁରର ଏନ୍ସି କଲେଜ ଛାତରୁ ଆଜି ସିମେଣ୍ଟ ପ୍ଲାଷ୍ଟର ଖସିଛି। ସେଠାରେ ଥିବା ଅଭିଭାବକ ଓ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନସି କଲେଜର ପୁରାତନ କୋଠ ଅବସ୍ଥା ଖରାପ ହୋଇ ପଡ଼ିଥିବାବେଳେ ଛାତ ମଧ୍ୟ ବିପଦସଙ୍କୁଳ ହୋଇପଡ଼ିଛି। କେଉଁଠାରେ ପାଣି ଗଡୁଛି ତ କେଉଁଠି ଫାଟି ଆଁ କରିଛି। ଆଜି କଲେଜରେ ଯୁକ୍ତ ଦୁଇ ନାମଲେଖା ଚାଲିଥିବା ବେଳେ ବହୁ ଭିଡ଼ି ରହିଥିଲା। ହଠାତ୍ ନାମଲେଖା ସ୍ଥାନରେ ଛାତରୁ ଏକ ବଡ଼ ସିମେଣ୍ଟ ଖଣ୍ଡ ଖସି ପଡ଼ିଥିଲା।
ସୌଭାଗ୍ୟକୁ ଏହା କାହା ଉପରେ ପଡ଼ିନଥିଲା। ନିକଟରେ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ସେଠାରୁ ଦୂରେଇ ଯାଇଥିଲେ। କଲେଜର ବିଭିନ୍ନ ସ୍ଥାନରେ ଏପରି ଫଟା ଛାତ ରହିଛି। ଏନେଇ କଲେଜ କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ବେଳେ ଜଣେ କର୍ମଚାରୀ ଛାତ ଅବସ୍ଥା ସଂପର୍କରେ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି ଏବଂ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/12-16.jpg)