ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଓପିଡ଼ି ଛାତରୁ ହାଠାତ୍ କଂକ୍ରିଟ୍ ଖସିବାରୁ ଜଣେ ରୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରବିବାର ପୂର୍ବାହ୍ନ ସାଢେ ୯ଟାବେଳେ ଓପିଡି ବାହାରେ ରୋଗୀମାନେ ଡାକ୍ତରଙ୍କୁ ଦେଖାଇବାକୁ ଧାଡ଼ିରେ ଛିଡ଼ା ହୋଇଥିବାବେଳେ ହଠାତ୍ ଛାତରୁ କଂକ୍ରିଟ୍ ଖଣ୍ଡ ଖସିଥିଲା। ଏହି ସମୟରେ ଯାଉଥିବା ଡାକ୍ତର ବେଞ୍ଜାମିନ୍ ସିରକା ଓ ଜଣେ ରୋଗୀଙ୍କ ସମ୍ପର୍କୀୟ ଉପରେ କଂକ୍ରିଟ୍ ଖଣ୍ଡ ପଡ଼ିଥିଲା। ଡାକ୍ତର ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ରୋଗୀଙ୍କ ସମ୍ପର୍କୀୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Advertisment

publive-image

ଆନନ୍ଦପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ପ୍ରତିବର୍ଷ ଡାକ୍ତରଖାନା ମରାମତିରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଉଥିବାବେଳେ ଅନେକ ସମୟରେ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ରୋଗୀଙ୍କ ଉପରେ ଆଉଟ୍ ଡୋର ସିଲିଂ ଓ କଂକ୍ରିଟ୍ ଖସିବା ମଧ୍ୟ ନଜିର ରହିଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।