ବଢୁଛି କଙ୍କ୍ରିଟ୍‌ ଆବର୍ଜନା, ଚିନ୍ତାରେ ‌କୋରାପୁଟ ପୌରପାଳିକା ଓ ସହରବାସୀ

‌କୋରାପୁଟ : ଆଶାତୀତ ଭାବେ ବୃଦ୍ଧି ପାଇଛି ‌କୋରାପୁଟରେ ନିର୍ମାଣ କାର୍ଯ୍ୟ। ସହରର ଅଧିକା˚ଶ ଗଳି କନ୍ଦିରେ ଗଢି ଉଠିଲାଣି ବେଆଇନ ବଡ଼ ବଡ଼ କୋଠା। ପୌରପାଳିକାର ବିନା ଅନୁମତିରେ ଏହି କୋଠା ଗୁଡ଼ିକ ନିର୍ମାଣ ହେଉଥିବା ବେଳେ ଲଗାମ ନ ଲଗାଇ ଚୁପ୍‌ ବସିଛି ପ୍ରଶାସନ।

ଅନ୍ୟପଟେ କିନ୍ତୁ ସ୍ଥିତି ସଙ୍ଗିନ୍‌ ହେବାରେ ଲାଗିଲାଣି। ସହରରେ ବର୍ତ୍ତମାନ ଆଶାତୀତ ଭାବେ ବଢ଼ି ଚାଲିଛି କଙ୍କ୍ରିଟ୍‌ ଆବର୍ଜନା। ସହରର ଗଳି କନ୍ଦିରେ ଭର୍ତ୍ତି ହୋଇଛି ଏହି ଆବର୍ଜନା। ଗୋଟିଏ ପଟେ ସ୍ବଚ୍ଛ ଭାରତ ଅଭିଯାନ ନାରା ଦିଆଯାଇ ‘ଗ୍ରିନ୍‌ କୋରାପୁଟ, କ୍ଲିନ୍‌ ସହର’ ବାର୍ତ୍ତା ବଣ୍ଟନ ଯାଉଥିବା ବେଳେ ସହର ଗଳିକନ୍ଦିର ରାସ୍ତାଘାଟରେ କୁଢକୁଢ କ˚କ୍ରିଟ୍‌ ଆବର୍ଜନ ଗଦା ହେବା ଏହି ଅଭିଯାନ ପ୍ରତି ଉପହାସ ବୋଲି ମନେ ହେଉଛି। ରାସ୍ତା କଡ଼ରେ ଜମି ରହିଥିବା ଏହି ଆର୍ବଜନା ବର୍ଷାଦିନେ ଡ୍ରେନ୍‌ ଭିତରେ ପଶୁଥିବାରୁ ଡ୍ରେନେଜ୍‌ ବ୍ୟବସ୍ଥା ବିପନ୍ନ ହେଉଛି। ଅନ୍ୟଦିନେ ରାସ୍ତା ଉପରେ କଂକ୍ରିଟ୍‌ ଆବର୍ଜନା ଜମି ରହୁଥିବାରୁ ଛୋଟମୋଟ ଦୁର୍ଘଟଣା ମଧୢ ଘଟୁଥିବା ନଜିର ରହିଛି। ଏଭଳି ସ୍ଥିତି କୋରାପୁଟ ସହର ଗୌତମ ନଗର, ପୂଜାରୀପୁଟ, କହ୍ନେଇପୁଟ, ପିଏଚ୍‌ଡି କଲୋନି, ବନଭାରତୀ ଅଞ୍ଚଳ, ଟିକିରା ସାହି, ଶାନ୍ତି କୋଲୋନି, ପରଜା ସାହି, ବସ୍‌ଷ୍ଟାଣ୍ଡ ସହିତ ପୁରୁଣା କୋରାପୁଟ ଭଳି ସାହିରେ ଅଧିକ ଦେଖିବାକୁ ମିଳୁଛି। ତେବେ ନଗରବାସୀ ଘର ଭାଙ୍ଗିବା ପୂର୍ବରୁ ଏନେଇ ପୌରପାଳିକାକୁ ଅବଗତ କରିବା କଥା। ଏହାପରେ ପୌରପାଳିକାର କନିଷ୍ଠ ଯନ୍ତ୍ରୀ ପହଞ୍ଚି ଏହାର ଏଷ୍ଟିମେଟ୍ କରି‌ବେ। ପରେ ଘର ଭାଙ୍ଗିବା ଲୋକ ଅର୍ଥ ପୈଠ କରିବା ପରେ ଅନୁମତି ନେବା କଥା। କିନ୍ତୁ ଲୋକେ ଏହି ଅନୁମତି ନେଉ ନ ଥିବା ଜଣା ପଡ଼ିଛି। ଯିଏ ଯେଉଁଠି ପାରୁଛି କଂକ୍ରିଟ୍‌ ଆବର୍ଜନା ଗଦେଇ ଦେଉଥିବା ଦେଖିବାକୁ ମିଳୁଛି। ମନେ ହେଉଛି ଯେଭଳି ସ୍ବଚ୍ଛତା ଅଭିଯାନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କେବଳ ଧୂଆଁବାଣ ପାଲଟିଛି। କେବଳ କାନ୍ଥ ଅଙ୍କିତ ଚିତ୍ରରେ ହିଁ ସୀମିତ ରହିଛି ସ୍ବଚ୍ଛତା ଅଭିଯାନ। ରାଜ୍ୟ ସରକାର ଏହି ପୌରପାଳିକା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧୢ ପରିମଳ ବ୍ୟବସ୍ଥାରେ ସୁଧାର ଆସୁନି।

nzgbc.org.nz

ପୂଜାରୀପୁଟର ଶ୍ରୀବାସ ଦାଶଙ୍କ କହିବା ଅନୁଯାୟୀ, ଗତ ୩ରୁ ୪ ବର୍ଷ ମଧୢରେ ଏହି ସାହିରେ ଆଶାତୀତ ଭାବେ କୋଠାବାଡ଼ି ନିମାର୍ଣ କାର୍ଯ୍ୟ ବଢ଼ିବାରେ ଲାଗିଛି। କୋଠା ନିର୍ମାଣ ସମୟରେ ଆବଶ୍ୟକ ପଡ଼ୁଥିବା ବାଲି, କ˚ଙ୍କ୍ରିଟ୍‌ ଓ ପଥର ଆଦି ରାସ୍ତା କଡ଼ରେ ପଡ଼ି ରହୁଛି। ଏଥି ସହ ଘରୁ ବାହାରୁଥିବା କଙ୍କ୍ରିଟ୍‌ ଆବର୍ଜନାକୁ ମଧୢ ରାସ୍ତାରୁ ହଟାଯାଉନି। ବର୍ଷାଦିନେ ଏହା ଡ୍ରେନେଜ୍‌ ବ୍ୟବସ୍ଥାକୁ ବିପନ୍ନ କରୁଥିବା ବେଳେ ରାସ୍ତା କଡ଼ରେ ଜମି ରହୁଥିବାରୁ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଉଚିତ। ଗୌତମ ନଗରର ସାଇ ଶିବ ମହାନ୍ତିଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ ଖାଲି କଙ୍କ୍ରିଟ୍‌ ଆବର୍ଜନା ବୃଦ୍ଧି ପାଉଛି ତାହା ନୁହେଁ ଲୋକେ ଘରର ଭଗ୍ନା˚ବଶେଷକୁ ରାସ୍ତା କଡ଼ରେ ବେପରୁଆ ଭାବେ ପକାଉଛନ୍ତି। ପ୍ରଶାସନ ପକ୍ଷରୁ କି ପୌରପାଳିକା ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏଥିଯୋଗୁ ସାଧାରଣଜନତା ପ୍ରଭାବିତ ହେଉଛନ୍ତି। ଏନେଇ ପୌର ନିର୍ବାହୀ ଅଧିକାରୀ ସ୍ବାସ୍ତିକ ଜମାଦାରଙ୍କ ସହିତ ଯୋଗାଯୋଗ କରିବାରୁ କଠିନବସ୍ତୁ ପରିଚାଳନା ପାଇଁ ପୌରପାଳିକା ବ୍ୟବସ୍ଥା ଗ୍ରହଣ କରୁଛି। କୋରାପୁଟ ସହରର ନିର୍ଦ୍ଦିଷ୍ଟ ସ୍ଥାନ ଏନେଇ ଚିହ୍ନଟ ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର