ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଜଣେ ଲୋକପ୍ରିୟ କଳାକାର ସୁଖ୍ୟାତ ଗୀତାରବାଦକ ତଥା ସେବାନିବୃତ୍ତ କିରାଣି ପ୍ରତାପ କୁମାର ମହାନ୍ତି (୬୯)ଙ୍କ ବାହୁଡ଼ାଯାତ୍ରା ଦିନ ଦେହାନ୍ତ ହୋଇଯାଇଛି। ମାସକ ପୂର୍ବରୁ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ଡାକ୍ତର ତାଙ୍କୁ ଘରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ଘରକୁ ଫେରାଇ ଆଣିବାରୁ ଦୁଇ ଦିନ ପରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ସୁନ୍ଦରଗଡ଼ ସହରରେ ଶୋକର ଛାୟା ଖେଳି ଯାଇଥିଲା।
ଏହି ଅବସରରେ ଶୁକ୍ରବାର ସ୍ବର୍ଗତ ମହାନ୍ତିଙ୍କ ସ୍ମୃତିରେ ସେବାନିବୃତ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସାଧାରଣସମ୍ପାଦକ ରାଜକିଶୋର ମହାରଣାଙ୍କ ଆହ୍ବାନ ଓ ସଭାପତି ଗୁଣନିଧି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ବର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରାଯିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସଭାରେ ଡ. ଚିରବ୍ରତ ଦତ୍ତ, ଅଶ୍ବିନୀ କୁମାର ଭୋଳ, ସମୀର କର, ସୁବୋଧ ବକ୍ସି, ଗୋବିନ୍ଦଚନ୍ଦ୍ର ସୁଆର, ଇଶାନଚନ୍ଦ୍ର ମହାନ୍ତ, ବାସୁଦେବ ସରାଫ, କିଶୋର ମୋହନ ପୁରୋହିତ, ମଥୁରା ପଣ୍ଡା, ଭବାନୀ ଠାକୁର, ରାଜୁ ଠାକୁର, ଶ୍ରୀବତ୍ସ ଚୌଧୁରୀ, ମନୋଜ ପୁରୋହିତ, ଅସିତ ଦେ, କରୁଣାକର ବିଶ୍ବାଳ, ସୁରେନ୍ଦ୍ର ଶର୍ମା, ଭାଗିରଥୀ ମିସ୍ତ୍ରି, ଦିବ୍ୟଶଙ୍କର ବେହେରା, ଲିଙ୍ଗରାଜ ପଟେଲ, ଚନ୍ଦ୍ରମଣି ମିଶ୍ର, ସୁରେଶଚନ୍ଦ୍ର ପୃଷ୍ଟି, ବିମଳ କୁମାର ବୋଷ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ମହାନ୍ତିଙ୍କୁ ସ୍ମୃତିଚାରଣ କରିଥିଲେ।