ଅଧାରେ ରହିଲା କନେଷ୍ଟବଳଙ୍କ ପ୍ରେମ କାହାଣୀ !

ଭଦ୍ରକ: ଚର୍ଚ୍ଚାରେ ଦୁଇ କନେଷ୍ଟବଳଙ୍କ ପ୍ରେମ କାହାଣୀ | ପ୍ରଥମେ ପ୍ରେମ ତା ପରେ ସମ୍ପର୍କ ଓ ଶେଷରେ ବିବାହ ପାଇଁ ପ୍ରତ୍ୟାଖାନ | ପୁରୁଷ କନେଷ୍ଟବଳଙ୍କ ନାମରେ ଏଭଳି ଏକ ଅଭିଯୋଗ ଆଣିଛନ୍ତି  ମହିଳା କନେଷ୍ଟବଳ | ମିଳିଥିବା ସୂଚନା ମୁତାବକ ଥାନାରେ ଡ୍ୟୁଟି କରୁକରୁ ୬ ବର୍ଷ ତଳେ ମହିଳା କନେଷ୍ଟବଳ ଓ ପୁରୁଷ କନେଷ୍ଟବଳ ଜଗତପତି ହାଁସଦାଙ୍କ ମଧ୍ୟରେ ଦେଖାଦେଖିରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା | ଏହା ପରେ ଏହି ପ୍ରେମ ଶାରୀରିକ ସମ୍ପର୍କର ରୂପ ମଧ୍ୟ ନେଇଥିଲା |

କିନ୍ତୁ ମହିଳା କନେଷ୍ଟବଳ ଯେତେବେଳେ ବିବାହ ପାଇଁ କହିଥିଲେ ଏହାକୁ ମନା କରିଦେଇଥିଲେ ପୁରୁଷ କନେଷ୍ଟବଳ | ୨୦୦୯ ମସିହାରେ ଉଭୟ ଚାକିରି ଜୀବନ ଆରମ୍ଭ କରିଥିବାବେଳେ ବିବାହ କରିବାକୁ ମହିଳା କନେଷ୍ଟବଳ ବାରମ୍ବାର କହିଥିଲେ ବି ଜଗତ ଏହାକୁ ଏଡ଼ାଇଦେଉଥିଲେ | ଏହା ପରେ ମହିଳା କନେଷ୍ଟବଳ ଭଦ୍ରକ ଏସପିଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ |

ସୋମବାର ଦିନ ଏସପି ଉଭୟଙ୍କୁ ଡାକି ବୁଝାସୁଝା କରିଥିଲେ ବି ପୁରୁଷ କନେଷ୍ଟବଳ ବିବାହ କରିବେ ନାହିଁ ବୋଲି ଜିଦରେ ଅଡ଼ି ବସିଥିଲେ | ଏହା ପରେ ମହିଳା କନେଷ୍ଟବଳ ଜଣକ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ | ପୁଲିସ ୩୮୫/୧୯ କେସ ରୁଜୁ କରାଯାଇ ପୁରୁଷ କନେଷ୍ଟବଳଙ୍କୁ ଅଟକ ରଖିଛି |

ସମ୍ବନ୍ଧିତ ଖବର