କୋରାପୁଟ : ପୁଲିସ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟାରେ ତଞ୍ଚକତା। ଦୌଡ଼ ଓ ଶାରୀରିକ ପରୀକ୍ଷା ସମୟରେ କିଛି ପ୍ରାର୍ଥୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅଗ୍ରାଧିକାର ଦିଆଯାଇଛି। ଦକ୍ଷତା ବଦଳରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଯୋଗୁ ବାଦ ପଡ଼ିଛନ୍ତି ଯୋଗ୍ୟ ପ୍ରାର୍ଥୀ। କୋରାପୁଟ ଜିଲ୍ଲା ପୁଲିସ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ଚୟନ ପ୍ରକ୍ରିୟାରୁ ବାଦ ପଡିଥିବା ପାର୍ଥୀ ଆଜି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଦ୍ୱାରସ୍ଥ ହେବାପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପୁଲିସର ଜଣେ ବରିଷ୍ଠ ଅଧିକାରୀ ତଦନ୍ତ ଆରମ୍ଭ କରିଥିବା ବେଳେ ନିଯୁକ୍ତି ପ୍ରକ୍ରିୟାରେ ତଞ୍ଚକତାକୁ ଏସ୍ପି ଖଣ୍ଡନ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇନାହିଁ, ଶେଷ ହେଲେ ସବୁ ସ୍ପଷ୍ଟ ହୋଇଯିବ ବୋଲି ଏସ୍ପି ପ୍ରକାଶ କରିଛନ୍ତି।
କନେଷ୍ଟବଳ ନିଯୁକ୍ତିରେ ତଞ୍ଚକତା, ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2023/03/koraput-dig.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)