ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀ : ଇଣ୍ଟରପୋଲ୍ ନିର୍ଦ୍ଦେଶକ ଦେଲେ ସାଇବର୍ ମୁକାବିଲା ମନ୍ତ୍ର

କଟକ : ଓଡ଼ିଶାର ବରିଷ୍ଠ ପୁଲିସ ଅଧିକାରୀଙ୍କ ୬୨ତମ ସମ୍ମିଳନୀର ଆଜି ତୃତୀୟ ଦିନରେ ଇଣ୍ଟରପୋଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ.ଏମ ଓବରଏ ଭର୍ଚୁଆଲ୍ ମାଧ୍ୟମରେ ସାମିଲ ହୋଇ ସାଇବର୍ ଅପରାଧ ମୁକାବିଲାର ମନ୍ତ୍ର ଦେଇଛନ୍ତି। ଦେଶରେ ସାଇବର‌୍‌ ଅପରାଧ ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି ତାହାକୁ କିଭଳି ଢଙ୍ଗରେ ମୁକାବିଲା କରାଯିବ, ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଏଥିସହିତ, ଶ୍ରୀ ଓବରଏ କହିଛନ୍ତି ଯେ ପୁଲିସ୍‌ର ମିଳିତ ପ୍ରୟାସ ହିଁ ଜିଲ୍ଲା, ରାଜ୍ୟ ଓ ଦେଶରେ ଘଟୁଥିବା ସାଇବର‌୍‌ ଅପରାଧକୁ ରୋକିପାରିବ।

ଏଥିରେ ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ରଫେସର ଏ. କରାଣ୍ତିକର ଯୋଗଦେଇ ପୁଲିସ ବିଭାଗରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ। ୫-ଜିର ବ୍ୟବହାର ଓ ଯୋଗାଯୋଗ କ୍ଷେତ୍ରରେ ଦ୍ରୁତ ବିକାଶ ଫଳରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି। ଏହି ଅବସରରେ ପ୍ରଫେସର କରାଣ୍ତିକର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏହିସବୁ ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ କରି ସନ୍ତ୍ରାସବାଦ, ବାମପନ୍ଥୀ ଉଗ୍ରବାଦ ଏବ˚ ବିଶାଳ ଜନସମାଗମ ସହିତ ଗୁରୁତ୍ବପୂର୍ଣ୍ଣ ଘଟଣାରେ ଥିବା ସାଧାରଣ ସୁରକ୍ଷାଜନିତ ଭୟକୁ ଦୂର କରିବା ପାଇଁ ଆହ୍ବାନ ଦେଇଥିଲେ। ଗୁଇନ୍ଦା ତଥ୍ୟ ସ˚ଗ୍ରହ, ଅପରାଧ ଚିହ୍ନଟ ଏବ˚ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ କିଭଳି ନୂଆ ଜ୍ଞାନକୌଶଳକୁ ବ୍ୟବହାର କରାଯାଇପାରିବ, ସେ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଅନ୍ୟପଟେ ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ‘ସାମାଜିକ ଗଣମାଧ୍ୟମ ଅଭିଯାନ’କୁ ସାମ୍‌ନା କରିବା ପ୍ରସ˚ଗ ଉପରେ ବିସ୍ତୁତ ଆଲୋଚନା କରିଥିଲେ। ସୋସିଆଲ୍‌ ମିଡିଆର ଦ୍ରୁତ ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ। ସୋସିଆଲ ମିଡିଆର ପ୍ରଭାବ ଦ୍ବାରା ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ମିଥ୍ୟା ଖବର, ଗୁଜବ ପ୍ରଚାର ଦ୍ବାରା ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହେଉଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କୁ ଗିରଫ, ହାଜତ ରହଣି, ଜେରା କରିବା ସମୟରେ କି ପ୍ରକାରର ଆଇନଗତ ପ୍ରକ୍ରିୟାର ଆବଶ୍ୟକତା ରହିଛି, ତା’ଉପରେ ଆଜି ବିଶେଷ ଆଲୋଚନା କରାଯାଇଥିଲା। ଏହି ଅବସରରେ ପୁଲିସ ଯୋଗାଯୋଗ, ପୁଲିସ ପ୍ରଶିକ୍ଷଣ, ଦୁର୍ନୀତି ନିବାରଣ, କାରାଗାର, ଅଗ୍ନିଶମ ଓ ଗୃହରକ୍ଷୀ ପ୍ରତିଷ୍ଠାନର ବିଭିନ୍ନ ପ୍ରସ˚ଗ ଉପରେ ପ୍ରତିଷ୍ଠାନର ମୁଖ୍ୟମାନେ ଆଲୋଚନା କରିଥିଲେ। ସମ୍ମିଳନୀ ଅବସରରେ ସାଇବର‌୍‌ କ୍ରାଇମ୍‌ ହ୍ୟାଣ୍ତବୁକ୍‌ ଲୋକର୍ପିତ ହୋଇଥିଲା। ଅନ୍ୟପଟେ ୱେବିନାର୍ ମାଧ୍ୟମରେ ଚଳିତ ବର୍ଷ ପ୍ରଥମଥର ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ସମାବେଶରେ ଯୋଡ଼ାଯାଇଛି। ଆସନ୍ତାକାଲି ସମାବେଶର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଅଧିକାରୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର