ଭୁବନେଶ୍ୱର: ଆଜି ରାଜ୍ୟରେ ୬୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୬୧୮ ଜଣଙ୍କ ମଧ୍ୟରୁ ୪୧୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବା ବେଳେ ୨୦୭ଟି ସ୍ଥାନୀୟ ମାମଲା ରହିଛି । ରାଜ୍ୟରେ ଏଯାବତ ୧୪, ୮୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪, ୯୩୩ଟି କରୋନା ସକ୍ରିୟ ମାମଲା ରହିଛି। ତେବେ ବୁଧବାର ଅପରାହ୍ନ ସୁଦ୍ଧା କେଉଁ ଜିଲ୍ଲାରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆସନ୍ତୁ ଜାଣିବା।
ଗଞ୍ଜାମରେ ସର୍ବାଧିକ ୪,୬୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୧୫୫ଜଣ, ବାଲେଶ୍ୱର ଜିଲ୍ଲାରୁ ୬୧୫ଜଣ, ବରଗଡ଼ ଜିଲ୍ଲାରୁ ୨୦୫ଜଣ, ଭଦ୍ରକ ଜିଲ୍ଲାରୁ ୨୯୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୭୦ଜଣ,ବୌଦ୍ଧ ଜିଲ୍ଲାରୁ ୬୨ଜଣ, କଟକ ଜିଲ୍ଲାରୁ ୧,୦୭୬ଜଣ, ଦେବଗଡ଼ ଜିଲ୍ଲାରୁ ୬୬ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୧୦୬ଜଣ, ଗଜପତି ଜିଲ୍ଲାରୁ ୬୪୩ଜଣ, ଜଗତସିଂହପୁର ଜିଲ୍ଲାରୁ ୪୫୩ଜଣ, ଯାଜପୁର ଜିଲ୍ଲାରୁ ୯୧୯ଜଣ, ଝାରସୁଗୁଡ଼ାରୁ ୧୮୩ଜଣ, କଳାହାଣ୍ଡିରୁ ୮୩, କନ୍ଧମାଳରୁ ୧୯୯ଜଣ, କେନ୍ଦ୍ରାପଡ଼ାରୁ ୩୧୮ଜଣ, କେନ୍ଦୁଝର ଜିଲ୍ଲାରୁ ୩୪୫ଜଣ, ଖୋର୍ଦ୍ଧାରୁ ୧,୫୩୦ଜଣ, କୋରୋପୁଟରୁ ୧୯୦ଜଣ, ମାଲକାନଗିରିରୁ ୨୦୮ଜଣ, ମୟୁରଭଞ୍ଜରୁ ୩୯୭ଜଣ, ନବରଙ୍ଗପୁରରୁ ୧୨୯ଜଣ, ନୟାଗଡ଼ରୁ ୨୮୬ଜଣ, ନୂଆପଡ଼ାରୁ ୯୧ଜଣ, ପୁରୀରୁ ୩୭୬ଜଣ, ରାୟଗଡ଼ାରୁ ୧୬୬ଜଣ, ସମ୍ବଲପୁରରୁ ୧୨୫ଜଣ, ସୁବର୍ଣ୍ଣପୁରରୁ ୪୪ଜଣ ଓ ସୁନ୍ଦରଗଡ଼ରରୁ ୭୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।