ଭୁବନେଶ୍ବର : ଏମ୍ସ କର୍ତ୍ତୃପକ୍ଷଙ୍କ ସହ ମୁହାଁମୁହିଁ ସ୍ଥିତିରେ ନର୍ସିଂ କ୍ୟାଡର। ଏହାକୁ ନେଇ ଆସନ୍ତା୧୪ ତାରିଖରେ ପ୍ରତ୍ୟେକ ନର୍ସ କଳା ବ୍ୟାଜ୍ ପରିଧାନ ସହ ଦାବି ପୂରଣ ନହେଲେ ଏପ୍ରିଲ ୧୬ରୁ ଅନିର୍ଦିଷ୍ଟ ସମୟ ପାଇଁ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ନର୍ସିଂ ଆସୋସିଏସନ ମୁହଁ ଖୋଲୁନଥିଲେ ମଧ୍ୟ ପ୍ରତ୍ୟେକ ନର୍ସଙ୍କ ହ୍ବାଟ୍ସଆପ ଏବଂ ଷ୍ଟାଟସରେ ଆନ୍ଦୋଳନକୁ ନେଇ ଚେତାବନୀ ଜାରି ହୋଇଛି।
ସୂଚନା ଅନୁଯାୟୀ, ପ୍ରାୟ ୨ ବର୍ଷ ହେଲା କ୍ଲିନିକାଲ ନର୍ସିଂର ଉପରିସ୍ଥ ପଦ ଯଥା ଜିଲ୍ଲା ନର୍ସିଂ ଅଧୀକ୍ଷକ, ନର୍ସିଂ ଅଧୀକ୍ଷକ, ମୁଖ୍ୟ ନର୍ସିଂ ଅଧିକାରୀ ସମେତ ୧୨ଟି ପଦରେ କାର୍ଯ୍ୟ ପାଇଁ ଅଣକ୍ଲିନିକାଲ ନର୍ସିଂ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏଥିଯୋଗୁଁ କ୍ଲିନିକାଲ ନର୍ସିଂରେ କାର୍ଯ୍ୟରତ କର୍ମଚାରୀଙ୍କ ପଦୋନ୍ନତି ସଙ୍କୁଚିତ ହେଉଛି। ଏହାକୁ ନେଇ ନର୍ସିଂ କ୍ୟାଡରର ପ୍ରତ୍ୟେକ ସଦସ୍ୟ ବିରୋଧ କରିଆସୁଥିଲେ। ଏନେଇ ଦାବିପତ୍ର ମଧ୍ୟ ଦିଆଯାଇଛି। ମାତ୍ର ଏମ୍ସ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିଲେ। ଠିକ ଏହି ସମୟରେ କୋଭିଡ୍ ହେବାରୁ ବିରୋଧ ଏତେ ଉଗ୍ର ହୋଇ ପାରିଲା ନାହିଁ।
ବର୍ତ୍ତମାନ ଏହାକୁ ନେଇ କ୍ଲିନିକାଲ ନର୍ସିଂ କ୍ୟାଡର ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସେମାନଙ୍କ ଦାବି ପୂରଣ ନହେଲେ ଆସନ୍ତା ୧୪ ତାରିଖରେ ପ୍ରତୀକାତ୍ମକ ଭାବରେ କଳା ବ୍ୟାଜ୍ ପରିଧାନ, ୨୨ରେ ରାଲି, ୨୫ରେ ମହମବତି ଶୋଭାଯାତ୍ରା, ୨୬ରେ ଆମରଣ ଅନଶନ, ୨୮ରେ ଆଇସିୟୁ, ଓଟି ଏବଂ ଜରୁରୀକାଳୀନ ସେବାକୁ ପ୍ରଭାବିତ ନକରି ଆନ୍ଦୋଳନ ଏବଂ ଏପ୍ରିଲ ୧୬ ତାରିଖରୁ ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଧମକ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/bhubaneswar-aiims-opd-to-open-from-from-june-28th.jpg)