ପୁରୀ: ସରସ୍ୱତୀ ପୂଜାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ସରସ୍ୱତୀ ପୂଜା ଫେବ୍ରୁଆରି ୨ ତାରିଖ ନା ଫେବ୍ରୁଆରି ୩ ତାରିଖରେ ହେବ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା। ତେବେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ୱତୀ ପୂଜା ତାରିଖ ଧାର୍ଯ୍ୟ କରାଯାଇଛି ।

Advertisment

ଚଳିତ ବର୍ଷ ବିଭିନ୍ନ ପାଞ୍ଜିରେ ସରସ୍ୱତୀ ପୂଜା ନେଇ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖ କରାଯାଇଥିଲା। ଫଳରେ ଏନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା।  

ତେବେ ଫେବ୍ରୁଆରି ୨ ତାରିଖ ରବିବାର ଦିନ ଶ୍ରୀପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ପାଳନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ୧୫ ଫେବ୍ରୁଆରି ପର୍ଯ୍ୟନ୍ତ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ

ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ  ସୂଚନା ଜାରି କରିଛନ୍ତି। ବିଧି ଅନୁସାରେ ସେହି ଦିନ ରଥ କାଠ ମଧ୍ୟ ଅନୁକୂଳ କରାଯିବ ବୋଲି ନୀତି ପ୍ରଶାସକ କହିଛନ୍ତି।

ଅଧିକ ପଢ଼ନ୍ତୁ: ରଣନୀତି ବଦଳାଉଛନ୍ତି ମାଓବାଦୀ: ଯବାନଙ୍କୁ ଟା‌ର୍ଗେଟ କରି ବ୍ୟବହାର କରୁଛନ୍ତି ବୋତଲ ବୋମା