ବ୍ରଜରାଜନଗର: ବ୍ରଜରାଜନଗର ବିଜୁ ପଟ୍ଟନାୟକ ଛକ ନିକଟରେ ଶନିବାର ରାତି ୮ ଟାରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି।

Advertisment

ଅନୁରାଗ ରାୟଙ୍କୁ ଆକ୍ରମଣ ହୋଇଥିବା ରବି ରାୟ ବ୍ରଜରାଜନଗର ଥାନରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ଅର୍ଣ୍ଣବ ରାୟଙ୍କ କିଛି ସମର୍ଥକ ଲକ୍ଷ୍ମଣଖଟାଲାର ଶ୍ରବଣ ରାୟଙ୍କ ଘରକୁ ଟେକା ପଥର ମାଡ଼ କରିବା ସହିତ ଛୁରି ଦେଖାଇ ଭୟଭୀତ କରିଥିବା ଶ୍ରବଣଙ୍କ ମା’ ଏକ ପାଲଟା ଅଭିଯୋଗ କରିଥିଲେ। ଫଳରେ ବ୍ରଜରାଜନଗର ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଥିଲା। ରବିଙ୍କ ଅଭିଯୋଗକୁ ଭିତ୍ତିକରି ଲକ୍ଷ୍ମଣଖଟାଲାର ଶ୍ରବଣ ରାୟ, ଉମେଶ ରାୟ, ରାହୁଲ ରାୟ ଓ ଜଣେ ନାବାଳକଙ୍କୁ କୋର୍ଟ ଚାଲାଣ କରିଛି। କୌଶଲ୍ୟା ଦେବୀଙ୍କ ଅଭିଯୋଗକୁ ଭିତ୍ତିକରି ଗୁଆଲାପଡ଼ାର ବିଟୁ ସିଂ ଓ ଦିନେଶ ଯାଦବ କୋର୍ଟ ଚାଲାଣ କରାଯାଇଛି। ଜଣେ ନାବାଳକ ଅଟକ ଥିବା ଜଣାଯାଇଛି।