ଚୋରା ମୋରମ ଯୋଗାଣକୁ ନେଇ ଗଣ୍ଡଗୋଳ, ୩ ଅଟକ

କାଲଭମ-୬୨୫ ଓ ଅନ୍ୟ ନକଲି ଔଷଧ ମାମଲା: ବାରାଣାସୀରୁ କିଙ୍ଗ ପିନ୍‌ ସହିତ ୫ ଗିରଫ

Image Courtesy of The Quint

ସୁକିନ୍ଦା: ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ପୋଳବା ଗ୍ରାମସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ପଡ଼ୁଥିବା ମୋରମ ଯୋଗାଣକୁ ନେଇ ଗଣ୍ଡଗୋଳ ହୋଇଛି। ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ଭାଇ ସମ୍ପୃକ୍ତ ପେଟ୍ରୋଲ୍‌ ପମ୍ପର ମାଲିକ ହୋଇଥିବାରୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନକରି କେବଳ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖିଛି। ଶାସକ ଦଳ ସହିତ ସମ୍ପର୍କ ଥିବା ସମ୍ପୃକ୍ତ ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ କେତେକ ବ୍ୟକ୍ତି ଚୋରାରେ ମୋରମ ଚାଲାଣ କରୁଥିଲେ। ଦୁଇଟି ଟିମ୍‌ ମୋରମ ଚାଲାଣ କରୁଥିବା ବ‌େଳେ ସେମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଗୋଟିଏ ପକ୍ଷ ଅଧିକ ଓ ଅନ୍ୟପକ୍ଷ କମ ମୋରମ ପକାଇବାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପରିକି ଏଥିରେ ସମ୍ପୃକ୍ତ ଜ‌ନୈକ ବ୍ୟକ୍ତି ଅନ୍ୟପକ୍ଷକୁ ବନ୍ଧୁକ ଦେଖାଇବା ପର୍ଯ୍ୟନ୍ତ କଥା ବଢ଼ି ଯାଇଥିଲା। ଖବର ପାଇ ସୁକିନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଗଣ୍ଡଗୋଳରେ ସାମିଲ ଥିବା ଆମ୍ପୋଳବା ଓ ଜାମୁପଶି ଗ୍ରାମର ୩ ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ହେଲେ ଏନେଇ ପୁଲିସ ଗଣମାଧ୍ୟମକୁ କୌଣସି ସୂଚନା ଦେଉନାହିଁ। ଗଣ୍ଡଗୋଳରେ ସାମିଲ ବ୍ୟକ୍ତିମାନେ ଶାସକ ଦଳ ସହ ସମ୍ପୃକ୍ତ ହୋଇଥିବାରୁ ପୁଲିସ ରଫାଦଫା କରିବା ନିମନ୍ତେ ପ୍ରୟାସ ଚଳାଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲା ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe