କୋରାପୁଟ : କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧରା ପଡି ନ ଥିବାରୁ କଂଗ୍ରେସ ପକ୍ଷରୁ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ କରାଯିବ। ସେହିପରି ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ଅଚଳ କରି ଦିଆଯିବ। ତେବେ ଜରୁରୀ କାଳୀନ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କହିଛନ୍ତି ଯେ, ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ଟାଳଟୁଳ ନୀତି ଗ୍ରହଣ କରୁଛି। ଏହି ସମ୍ବେଦନଶୀଳ ମାମଲାକୁ ସପ୍ତାହେ ବିତିଥିଲେ ମଧ୍ୟ ପୁଲିସ ଜଣଙ୍କୁ ବି ଗିରଫ କରିପାରିନି। ତେଣୁ ଏହା ବିରୋଧରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପ୍ରତିବାଦ ସ୍ୱରୂପ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ୭ଘଣ୍ଟିଆ ବନ୍ଦ ପାଳନ କରାଯିବ। ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ପ୍ରତିଷ୍ଠାନ ଓ ଗାଡି ଚଳାଚଳ ବନ୍ଦ ରହିବ ବୋଲି ସେ କହିଛନ୍ତି। ସେହିପରି ମାଓବାଦୀମାନେ ମଧ୍ୟ ବନ୍ଦ ଡାକରା ଦେଇଛନ୍ତି। ସେମାନେ ୧୨ଘଣ୍ଟିଆ ବନ୍ଦ ପାଳନ କରିବେ ବୋଲି ଅଡିଓ ଟେପ୍ ଜରିଆରେ ଜଣାଇଛନ୍ତି। ଏହି ବନ୍ଦ ପାଳନକୁ ନେଇ ପୁଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ଜଣାପଡିଛି।
ଆଜି କୋରାପୁଟ ବନ୍ଦ
/sambad/media/post_attachments/wp-content/uploads/2017/10/koraput.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)