ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ର ସଂଘର ସମ୍ବର୍ଦ୍ଧନା

ଭୁବନେଶ୍ୱର : ରବିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘ ପକ୍ଷରୁ କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଂଘର ସଭାପତି ବିଜୟ କୁମାର ପଟ୍ଟନାୟକ ଶ୍ରୀ ପ୍ରଧାନଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଶିକ୍ଷା ମନ୍ତ୍ରୀଙ୍କୁ ସଂଘର ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ସଂଘ ଦେଇଥିବା ଏହି ପ୍ରସ୍ତାବକୁ ସେ ଅତି ଆନନ୍ଦର ସହ ଗ୍ରହଣ କରିଛନ୍ତି ଓ ମିଳିତ ଭା‌ବେ ବିଶ୍ବବିଦ୍ୟାଳୟର ଉନ୍ନତି ଲାଗି କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସଂଘର ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି, ଯୁଗ୍ମ କୋଷାଧକ୍ଷ ଡ. ବୀରକିଶୋର ଦାଶ, କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରିୟବ୍ରତ ମହାନ୍ତି, ଡ.ପ୍ରଦୀପ କୁମାର ରଥ, ଡ. ସୁଧାକର ଜାଲି, ବଙ୍କୀମ ତ୍ରିପାଠୀ, ମନୋଜ ରାଉତ ଓ ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର