କଟକ : ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ବ୍ରହ୍ମକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ରତନ ମୋହିନୀ ଶୁଭେଚ୍ଛା ଜଣାଇଛନ୍ତି। ଦ୍ରୌପଦୀ ମୁର୍ମୁଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇ ବ୍ରହ୍ମକୁମାରୀ ଓ ଆରସିର ନିର୍ଦ୍ଦେଶିକା ବିକେ ଆଶା, ଓଡ଼ିଶା ବ୍ରହ୍ମକୁମାରୀ ସଂସ୍ଥାର ମିଡିଆ ସଂଯୋଜକ ବିକେ ନଥମଲ ଭାଇ, ଦିଲ୍ଲୀ ବସନ୍ତନଗର ସେବାକେନ୍ଦ୍ର ପ୍ରଭାରୀ ବିକେ ଖିରା, ବିକେ ଲୀନା, ବିକେ ବିକାଶ ପ୍ରମୁଖ ଫୁଲ ଓ ତିଳକ ଲଗାଇ ଅଭିନନ୍ଦନ ଜଣାଇବା ସହ ମାଉଣ୍ଟଆବୁ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି।
ଦ୍ରୌପଦୀ ମୁର୍ମୁ ୨୦୦୯ ମସିହାରୁ ବ୍ରହ୍ମକୁମାରୀ ସଂସ୍ଥା ସହ ଜଡିତ ଅଛନ୍ତି। ଦ୍ରୌପଦୀଙ୍କ ପ୍ରଥମ ପୁଅଙ୍କ ମୃତ୍ୟୁପରେ ସେ ଏକପ୍ରକାର ମାନସିକ ଅବସାଦ ଭିତରେ ଥିଲେ। ସେତେବେଳେ ସେ ବ୍ରହ୍ମକୁମାରୀ ସଂସ୍ଥା ସଂସ୍ପର୍ଶରେ ଆସିଥିଲେ। ସେବେଠୁ ଆଜି ଯାଏ ସେ ସଂସ୍ଥାର ରାଜଯୋଗ ଅଭ୍ୟାସ କରି ଆସୁଛନ୍ତି। ସେ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ମଧ୍ୟ ୨୦୨୦ ମସିହା ଜାନୁଆରି ୩୧ ତାରିଖରେ ମାଉଣ୍ଟଆବୁ ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/mur.jpg)