ରଜ ପାଇଁ ମୋଦୀ, ନବୀନ, ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା‌

ଭୁବନେଶ୍ବର : ରଜ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ବିଟ୍‌ କରି ମୋଦୀ କହିଛନ୍ତି, ଓଡ଼ିଶାର ରଜ ପର୍ବ ଏକ ପବିତ୍ର ଉତ୍ସବ ଯାହା ଆମ ସମାଜରେ ଭ୍ରାତୃତ୍ବ ଓ ଖୁସିକୁ ସୁଦୃଢ଼ କରିଥାଏ। ଏହି ଅବସରରେ ମୋର ସମସ୍ତଙ୍କୁ ଶୁଭକାମନା। ସମସ୍ତଙ୍କର ସୁଖ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।

ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି, ଓଡ଼ିଶାର ସଂସ୍କୃତି, କୃଷି ଅର୍ଥନୀତି ଓ ଯୁବପିଢ଼ି ସହ ଓଡ଼ିଶାର ପାରମ୍ପରିକ ଓ ଗଣପର୍ବ ରଜ ପର୍ବ ଜଡ଼ିତ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା।

ସମ୍ବନ୍ଧିତ ଖବର