କାଳିଆପାଣି: ଶପଥ ଗ୍ରହଣ ଅବସରରେ ଦେଶର ପଞ୍ଚଦଶତମ ମହାମହିମ ରାଷ୍ଟ୍ରପତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ସ୍ଥାନୀୟ ଇମ୍ଫା ଖଣି ଶ୍ରମିକ ସନ୍ତୋଷ ପ୍ରଧାନ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି।
ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ନିଜ ଗାଁ ହରିପୁରସ୍ଥିତ ମା’ପଠାଣିଆ ମନ୍ଦିର ପରିସରରେ ସୁଦୃଶ୍ୟ ବାଲୁକା କଳାରେ ‘ଓଡ଼ିଶାରୁ ପ୍ରଥମ ମହିଳା’ ଓ ‘ବନ୍ଦେ ଉତ୍କଳ ଜନନୀ’ ଲେଖି ଅଭିନନ୍ଦନ ଜଣାଇଥିଲେ। ତାଙ୍କର ଏହି କଳାକୃତିକୁ ଲୋକମାନେ ପ୍ରଶଂସା କରିଛନ୍ତି।