ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର କଂସାରିଗୁଡାଠାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାୟନାରି ପ୍ଲାଣ୍ଟ। ଏନେଇ ଗତ ୧୭ ବର୍ଷ ହେଲା ଜମି ଅଧିଗ୍ରହଣ ପରେ ମଧ୍ୟ ପ୍ଲାଣ୍ଟ ବସୁନଥିଲା। ଲୋକଙ୍କର  ପ୍ରାୟ ୧୨ ଶହ ଏକର ଜମି ସରକାର ହିଣ୍ଡାଲକୋ କମ୍ପାନିକୁ ଦେଇଥିଲେ। ସେତେବେଳେ କୁହାଯାଇଥିଲା ଯେ ଏହି ପ୍ଲାଣ୍ଟ ବସିବା ଦ୍ବାରା ଏହି ଅଂଚଳରେ ରୋଜଗାର ବଢିବ। ଲୋକଙ୍କର ମୌଳିକ ସୁବିଧା ମିଳିବ ଏବଂ ବିକାଶ ହେବ। କିନ୍ତୁ ଇତି ମଧ୍ୟରେ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ କଂଗ୍ରେସ ତରଫରୁ ବାରମ୍ବାର ଏନେଇ ଆନ୍ଦୋଳନ କରାଯାଉଥିଲା ବୋଲି କଂଗ୍ରେସ ତରଫରୁ କୁହାଯାଇଛି। କଂଗ୍ରେସର ସପ୍ତଗିରି ଉଲାକା ସାଂସଦ ଭାବେ ନିର୍ବାଚିତ ହେବା ପରେ ସେ ନିଜେ ଏହାକୁ ବାରମ୍ବାର ସଂସଦରେ ପ୍ରଶ୍ନ କରିବା ସହ କାଶୀପୁର ଅଂଚଳରେ ଆନ୍ଦୋଳନକୁ ତୀବ୍ରତର କରିଥିଲେ।

Advertisment

୨୦୨୦ ମସିହା ଫେବ୍ରୁଆରି ୨୦ ତାରିଖରେ କଂସାରିଗୁଡାରେ ଲୋକଙ୍କୁ ନେଇ ଏକ ବିରାଟ ସାଧାରଣ ସଭା କଂଗ୍ରେସ କରିଥିଲା। ପରେ ସେହି ବର୍ଷ ନଭେମ୍ବର ୨୪ ତାରିଖରେ କଡିଙ୍ଗାମାଳି ଖଣି ଖନନର ଜନ ଶୁଣାଣିକୁ କଂଗ୍ରେସ ବନ୍ଦ କରିଦେଇଥିଲା। ୨୦୨୧ ଫେବ୍ରୁଆରି ୧୩ ତାରିଖରେ ସଂସଦରେ ପ୍ରଶ୍ନ କରାଯାଇଥିଲା। ସେହି ବର୍ଷ ମାର୍ଚ୍ଚ ୪ ତାରିଖରେ ପ୍ଲାଣ୍ଟ ନାହିଁ ତ ବକ୍ସାଇଟ ନାହିଁ ବୋଲି କଂଗ୍ରେସ ସ୍ଲୋଗାନ ଦେଇ ଆନ୍ଦୋଳନ କରିଥିଲା। ଜୁଲାଇ ୨ ତାରିଖରେ ଜିଲ୍ଲାପାଳଙ୍କୁ ଭେଟି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ପୁଣି ସେହି ବର୍ଷ ଅଗଷ୍ଟ ୪ ତାରିଖରେ ସଂସଦରେ ଶ୍ରୀ ଉଲାକା କଂସାରିଗୁଡାରେ ପ୍ଲାଣ୍ଟ ଶୀଘ୍ର ବସାଇବା ନେଇ ଦାବି କରିଥିଲେ। ଡିସେମ୍ବର ୭ରେ ପୁଣି ଶୂନ୍ୟକାଳରେ ପ୍ରଶ୍ନ କରାଯାଇଥିଲା।

publive-image

୨୦୨୨ ମସିହା ଜାନୁଆରି ୨୨ ତାରିଖରେ କଂସାରିଗୁଡା ଠାରେ ସାଧାରଣ ସଭା କରି କଂଗ୍ରେସ ସରକାରଙ୍କ ବିରୋଧରେ ଗର୍ଜିଥିଲା। ଜାନୁଆରି ୧୨ ତାରିଖରେ ରୁପକଣା ଛକ ଠାରେ ରାସ୍ତାରୋକ ମଧ୍ୟ କଂଗ୍ରେସ କରିଥିଲା। ୨୦୨୩ ଫେବ୍ରୁଆରି ୬ ତାରିଖେ ଉତ୍କଳ ଆଲୁମିନା ପ୍ଲାଣ୍ଟକୁ ଘେରାଉ କରାଯାଇଥିଲା। କଂଗ୍ରେସ କହିଥିଲା ଯଦି ଲୋକଙ୍କର ଜାଗା ନାଇ ପ୍ଲାଣ୍ଟ ନିର୍ମାଣ କରିବେ ନାହିଁ ତେବେ ତୁରନ୍ତ ଫେରସ୍ତ କର ଏବଂ ଆଜିର ଦିନରେ ଜମିକୁ ଠିକଠାକ କରି ଦିଅ।ନଚେତ ତୁରନ୍ତ ପ୍ଲାଣ୍ଟ କର। ସାଂସଦ ଶ୍ରୀ ଉଲାକା ଆନ୍ଦୋଳନରେ କହିଥିଲେ ଯେ ଲୋକେ ଦୀର୍ଘଦିନ ଧରି ପ୍ଲାଣ୍ଟ ବସିବା ନେଇ ଆଶା ବାନ୍ଧିଛନ୍ତି। ଯେଉଁ ପିଲାମାନେ ସେତେବେଳେ ଜନ୍ମ ହୋଇଥିଲେ ଏବେ ବଡ ହୋଇଗଲେଣି। କିନ୍ତୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଏନେଇବାରମ୍ବାର ଅବଗତ କରାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସେ କହିଥିଲେ।

ତେବେ ଦୀର୍ଘ ଦିନ ଧରି ଲୋକଙ୍କର ପାଇଁ ଲଢୁଥିବା କଂଗ୍ରେସ ଶେଷରେ ସଫଳ ହେଲା ବୋଲି କହିଛି। ପ୍ଲାଣ୍ଟ ବସିବା ଦ୍ବାରା ଲୋକଙ୍କର ଏବଂ ଅଂଚଳର ବିକାଶ ହେବ।ଏଥିରେ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ନାମ ରହିବ କୁହାଯାଇଥିଲା।ତୁରନ୍ତ ଏମଓୟୁ ଦସ୍ତଖତ କରିବା ନେଇଦାବି କରାଯାଉଥିଲା।କଞ୍ଚାମାଲ କେଉଁଠାରୁ ଆଣିବେ ସରକାର ତାହା ନିର୍ଦ୍ଧାରଣ କରନ୍ତୁ। କିନ୍ତୁ ଏଠାରେ ତୁରନ୍ତ ରିଫାୟନାରୀ ପ୍ଲାଣ୍ଟ ବସାନ୍ତୁ ବୋଲି ଦାବି କରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଏମସି ଓ ହିଣ୍ଟାଲକୋ କମ୍ପାନି ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଥିଲା।