ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ : ରାଜ୍ୟ କଂଗ୍ରେସ ପକ୍ଷରୁ ଅହିଂସା ପଦଯାତ୍ରା

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ ପାଳନ କରାଯାଇଛି। ସକାଳ ୮ଟାରେ ନାଲ୍‌କୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ରାମଧୁନ୍ ଗାନ କରାଯିବା ସହ କଂଗ୍ରେସ ନେତୃବୃନ୍ଦ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥ‌ିଲେ। ପରେ ସେଠାରୁ ‘ଅହିଂସା ପଦଯାତ୍ରା’ ବାହାରି ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ୍, ୧୨୦ ବାଟାଲିଅନ୍, ଇନ୍ଦିରା ଗାନ୍ଧୀ ପାର୍କ, ଲୋୟର୍‌ ପିଏମ୍‌ଜି ଦେଇ କଂଗ୍ରେସ ଭବନରେ ପହଞ୍ଚିଥିଲା। ଏଥିରେ ବହୁ ଛାତ୍ର, ଯୁବକ, ମହିଳା, କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀ ସାମିଲ୍‌ ହୋଇଥିଲେ।

କଂଗ୍ରେସ ଭବନରେ ଆୟୋଜିତ ଜୟନ୍ତୀ ସମାରୋହକୁ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଉଦ୍‌ଘାଟନ କରିଥିଲେ। ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୋଇ କାମ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ସିଂହ କହିଥିଲେ। ସଭାରେ ଅଧ୍ୟକ୍ଷତା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୁବପିଢ଼ି ଗାନ୍ଧୀଙ୍କ ଆଦର୍ଶରୁ ବିଚ୍ୟୁତ ନ ହେବାକୁ ପରାମର୍ଶ ଦେଇଥିଲେ। ଶିକ୍ଷାବିତ୍ ଭାଗବତ ଶୁକ୍ଳା ଗାନ୍ଧୀ ଓ ଶାସ୍ତ୍ରୀ ଦର୍ଶନ ଉପରେ ଆଲୋଚନା କରିଥିଲେ। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ମସ୍ତାନ ଭାଲି, କଂଗ୍ରେସ ନେତୃବୃନ୍ଦ ହେମାନନ୍ଦ ବିଶ୍ବାଳ, ନରସିଂହ ମିଶ୍ର, ଶରତ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ‌େସଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମହମ୍ମଦ ମୋକିମ୍, ଯୁଧିଷ୍ଠିର ଜେନା, ଗୁରୁପଦ ନନ୍ଦ, ଲଲାଟେନ୍ଦୁ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ସମୀର କୁମାର ରାଉତରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ ଜେନା, ନବଜ୍ୟୋତି ପଟ୍ଟନାୟକ, ଅମୀୟ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାଶ ଓ ପଦ୍ମାକର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର