କଂଗ୍ରେସ ସବୁବେଳେ ଚାଷୀଙ୍କୁ ପ୍ରତାରିତ କରିଛି : ବିଜେପି

ଭୁବନେଶ୍ବର : କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଆଜି ଭୁବନେଶ୍ବରରେ କୃଷି ବିଲ୍‌ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ତାଙ୍କ ଅଭିଯୋଗର ଜବାବ ରଖିଛି ରାଜ୍ୟ ବିଜେପି। ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ କଂଗ୍ରେସ ଦଳ ସବୁବେଳେ ଚାଷୀମାନଙ୍କୁ ପ୍ରତାରିତ କରି ଆସିଛି। ଶାସନରେ ଥିଲା ବେଳେ ଏହି ଦଳ ଚାଷୀଙ୍କ ହିତରେ କୌଣସି ନିଷ୍ପତ୍ତି ନେଇ ନାହିଁ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି କ୍ଷେତ୍ର‌ରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି, ସେତେବେଳେ ହୀନ ଉଦ୍ଦେଶ୍ୟ ରଖି କଂଗ୍ରେସ ଚାଷୀମାନଙ୍କୁ ଭ୍ରମିତ କରୁଛି। ଏହା ଦୁର୍ଭାଗ୍ୟଜନକ ଓ କଂଗ୍ରେସର ଚାଷୀ ବିରୋଧୀ ମନୋଭାବକୁ ସ୍ପଷ୍ଟ କରୁଛି। ବାସ୍ତବରେ ନୂଆ କୃଷି ବିଲ୍‌ ଦ୍ବାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟରେ କିଛି ପ୍ରଭାବ ପଡ଼ିବ ନାହିଁ। ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସିଧାସଳଖ ମାର୍କେଟିଂ ପାଇଁ ସ୍ବାଧୀନତା ପାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର