ଆପାତକାଳୀନ ପାଣ୍ଠି କଥା ଉଠାଇଲା କଂଗ୍ରେସ

ଭୁବନେଶ୍ବର : ବାତ୍ୟା ପରବର୍ତୀ ବିପର୍ଯ୍ୟୟ ରାଜ୍ୟ ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି। ପ୍ରଭାବିତ ଲକ୍ଷ ଲକ୍ଷ ଲୋକଙ୍କୁ ରିଲିଫ ଯୋଗାଇବା ଓ ଥଇଥାନ କରିବା ପାଇଁ ଆବଶ୍ୟକ ହେଉଛି ବିପୁଳ ଅର୍ଥ। ରାଜ୍ୟ ସରକାର କାଳିଆ ଯୋଜନା ନାଁରେ ରାଜ୍ୟ ଆପାତକାଳୀନ ପାଣ୍ଠିରୁ ପାଖାପାଖି ହଜାରେ କୋଟି ଟଙ୍କା ଉଠାଇ ନେଇଛନ୍ତିି। ସେହି ଅର୍ଥ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛି ପ୍ରଦେଶ କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ ବାତ୍ୟା ପ୍ରଭାବିତମାନଙ୍କୁ ସଠିକ୍‌ ଭାବେ ରିଲିଫ ପ୍ରଦାନ କରାଯାଉ ନାହଁ କି ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଏଥିପାଇଁ ବିପୁଳ ଅର୍ଥ ଆବଶ୍ୟକ। ଏଣୁ, ପୂର୍ବରୁ ଆପାତକାଳୀନ ପାଣ୍ଠିରୁ ରାଜ୍ୟ ସରକାର ଯେଉଁ ଅର୍ଥ କାଢ଼ି ନେଇଥିଲେ, ସେହି ଅର୍ଥ ଫେରାଇଛନ୍ତି କି? ରିଲିଫ ହେଉ ବା ଥଇଥାନ ପର୍ଯ୍ୟାପ୍ତ ଭାବେ ହେଉଛି କି? ଏ ନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତିି।

ସମ୍ବନ୍ଧିତ ଖବର