ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ଦଳ ପକ୍ଷରୁ ରାଇରଙ୍ଗପୁରସ୍ଥିତ ରଙ୍ଗଲାଲ୍ ଧର୍ମଶାଳାର ସମ୍ମିଳନୀ କକ୍ଷରେ ରବିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ପୂର୍ବତନ ବିଧାୟକ ଶ୍ୟାମଚରଣ ହାଂସଦାଃଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚଳିତ ସାଧାରଣ ନିର୍ବାଚନରେ ରାଇରଙ୍ଗପୁର ବିଧାନସଭା ପ୍ରାର୍ଥୀ ଜଗେନ୍ଦ୍ର ବାନରାଙ୍କୁ ପ୍ରାର୍ଥୀ କରାଯାଇଛି।

Advertisment

କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ଯେ ପ୍ରାର୍ଥୀ ଶ୍ରୀଯୁକ୍ତ ବାନରା ଗତ ୧ ବର୍ଷ ଧରି ସେ ଦଳର କୌଣସି ବୈଠକ କିମ୍ବା କାର୍ଯ୍ୟାରେ ସେ ଯୋଗ ଦେଉନଥିଲେ କିମ୍ବା ଦଳର କୌଣସି କର୍ମୀଙ୍କ ସହିତ ତାଙ୍କର ସୁସମ୍ପର୍କ ନାହିଁ ।ଏହା ବ୍ୟତିତ ସେ ସିସୋର୍ ଭଳି ଚିଟଫଣ୍ଡରେ ଯଡିତ ହୋଇ ବିଭିନ୍ନ ଜନସାଧାରଣଙ୍କଠାରୁ ଲକ୍ଷାଧ୍ଖଳ ଟଙ୍କା ହଡପ କରିଥିବା ନେଇ ମଧ୍ୟ ତାଙ୍କ ନାମରେ ମାମଲା ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ତେବେ ସେ ଚାଲାକି କରି ଟିକଟ ହାତେଇଛନ୍ତି । ଏଣୁ ତାଙ୍କ ବିଧାୟକ ଟିକେଟ ରଦ୍ଦ କରାଯାଉ ବୋଲି ପିସିସି ସଭାପତି ଶରତ ପଟ୍ଟାନାୟକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତା ସହିତ ଦଳରେ ଯେଉଁମାନେ କାର୍ଯ୍ୟରତ ଅଛନ୍ତି ତାଙ୍କୁ ଟିକଟ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ଶ୍ୟାମଚରଣ ହାଁସଦାଃ, ରମେଶ ଚନ୍ଦ୍ର ହାଁସଦାଃ, ଅନନ୍ତ ଖୁନ୍ଟିଆଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।