ସୁନ୍ଦରଗଡ: ସୁନ୍ଦରଗଡରେ ଶକ୍ତି ପ୍ରଦର୍ଶନ କରିଛି ଜାତୀୟ କଂଗ୍ରେସ। ବିଶାଳ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ, ତଳସରା ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ଭିତ୍ରିଆ, ସୁନ୍ଦରଗଡ ସଦର ବିଧାନସଭା ପ୍ରାର୍ଥିନୀ ସୁଧାରାଣୀ ରାଉଡ଼ିଆ ଏବଂ ରାଜଗାଙ୍ଗପୁର ବିଧାୟକ ତଥା ବିଧାନସଭା ପ୍ରାର୍ଥୀ ଡା ସିଏସ ରାଜନ ଏକ୍କା।

Advertisment

ସ୍ଥାନୀୟ ନାରୀକଲ୍ୟାଣ କେନ୍ଦ୍ରରୁ ଏକ ବିଶାଳ ପଟୁଆରରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହିତ ଆସି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲପାଳ ଓ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାରୀ କଲ୍ଯାଣ କେନ୍ଦ୍ରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଂଗ୍ରେସମୟ ହୋଇ ଯାଇଥିଲା। କଂଗ୍ରେସର ଏହି ପ୍ରାର୍ଥୀମାନେ କହିଛନ୍ତି ଚଳିତ ଥର ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରାରେ ସୁନ୍ଦରଗଡ ଜିଲ୍ଲାକୁ ଗସ୍ତ କରିଥିଲେ ଆଉ ଏହାର ବହୁଳ ପ୍ରଭାବ ମଧ୍ୟ ପଡ଼ିଛି। ଏଥର ଲୋକ କଂଗ୍ରେସକୁ ବାଛିବେ ଓ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢୋକ୍ତି ର ସହ କହିଛନ୍ତି ୪ ପ୍ରାର୍ଥୀ।