ଭୁବନେଶ୍ବର : କଂଗ୍ରେସ ଦଳର ଦୁଇଜଣ ବିଧାୟକ ପ୍ରାର୍ଥୀ ଆଜି ନିଜ ନିଜ ଦଳୀୟ ଟିକେଟ୍ ଫେରାଇଛନ୍ତି। ଶେଷ ମୁହୂର୍ତରେ ଟିକେଟ୍ ମିଳିବାରୁ ସେମାନେ ଟିକେଟ୍ ଫେରାଇଥିବା କହିଛନ୍ତି।
ଦଳୀୟ ସୂଚନା ଅନୁଯାୟୀ ବଡ଼ଚଣା ବିଧାନସଭା ଆସନ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ର ଓ ନିମାପଡ଼ା ପ୍ରାର୍ଥୀ ସତ୍ୟବ୍ରତ ପାତ୍ର ଦଳୀୟ ଟିକେଟ୍ ଫେରାଇଛନ୍ତିି। ଶ୍ରୀ ମହାପାତ୍ର କହିଛନ୍ତି ଯେ ମଝିରେ ଆଉ ଦିନେ ଥିବାରୁ ତାଙ୍କୁ ମିଳିଥିବା ଟିକେଟ୍ ଅନ୍ୟ କାହାରିକୁ ଦିଆଯାଉ। ଏହା ପୂର୍ବରୁ ପିପିଲି ବିଧାନସଭା ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ, ତିର୍ତୋଲ୍ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, କବିସୂର୍ଯ୍ୟନଗର ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ପ୍ରମୁଖ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ।