ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନେଇଥିବା ବିମୁଦ୍ରାକରଣ ବା ନୋଟ୍ବନ୍ଦୀର ଏକବର୍ଷ ପୂରିବ। ଏହି ଦିବସକୁ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ କଳାଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଆଜି ଏ ନେଇ ଏକ ପ୍ରେସ୍ ବିବୃତି ଜରିଆରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ କୁହାଯାଇଛି ଯେ ସମଗ୍ର ଦେଶରେ ଭାରତୀୟ ଜାତୀୟ କଂଗ୍ରେସ ସହିତ ତୃଣମୂଳ କଂଗ୍ରେସ, ସିପିଆଇ, ସିପିଏମ୍, ଫରଓ୍ଵାର୍ଡ ବ୍ଲକ, ବହୁଜନ ସମାଜ ପାର୍ଟି ପ୍ରଭୃତି ୧୮ଟି ରାଜନୈତିକ ଦଳ ଓ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଏହି ନୋଟ୍ବନ୍ଦୀକୁ ମହାଦୁର୍ନୀତି ବୋଲି କହିଛନ୍ତିି। ଆସନ୍ତା ୮ ତାରିଖ ଦିନକୁ ସମସ୍ତ ବିରୋଧୀ ଦଳ କଳାଦିବସ ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପିସିସି ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ପ୍ରତିବାଦ, ବିକ୍ଷୋଭ ସମାବେଶ ଦ୍ୱାରା ଏହି ‘କଳାଦିବସ‘ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ୮ ତାରିଖ ପୂର୍ବାହ୍ନ ୧୦.୩୦ ମିନିଟ୍ରେ ବିଶାଳ ର୍ୟାଲି କଂଗେସ ଭବନରୁ ବାହାରି ରାମମନ୍ଦିର, ହାଉସିଂ ବୋର୍ଡ ଛକ ଦେଇ ରିଜର୍ଭ ବ୍ୟାଙ୍କ ଆଗରେ ପହଞ୍ଚିବ। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ସେହିଦିନ ସଂଧ୍ୟା ୫.୩୦ ମିନିଟ୍ରେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ପିସିସି ତରଫରୁ ଏକ ମହମବତୀ ର୍ୟାଲି ଆୟୋଜିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Congress.jpeg)