ପଣ୍ତିତ ନେହେରୁଙ୍କ ଜୟନ୍ତୀ ପାଳନ କଲା କଂଗ୍ରେସ

ଭୁବନେଶ୍ବର : ଆଜି ପ୍ରଦେଶ କ˚ଗ୍ରେସ କମିଟି ପକ୍ଷରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତରତ୍ନ ପଣ୍ତିତ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କ˚ଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କ˚ଗ୍ରେସ ନେତାଗଣ ମାଷ୍ଟରକ୍ୟାଣ୍ଟିିନ ଛକ ନେହେରୁ ପାର୍କରେ ପଣ୍ତିତ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କ˚ଗ୍ରେସ ଭବନ ପରିସରରେ ଶ୍ରୀ ପଟ୍ଟନାୟକଙ୍କ ସମେତ କ˚ଗ୍ରେସ ନେତୃବୃନ୍ଦ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ˚ଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ହେମାନନ୍ଦ ବିଶ୍ବାଳ, ସୁରେଶ କୁମାର ରାଉତରାୟ, ସମୀର କୁମାର ରାଉତରାୟ, ଶିବାନନ୍ଦ ରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶୁଭେନ୍ଦୁ ମହାନ୍ତି, ସୁମିତ୍ରା ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ବିରେନ୍‌ ମୋହନ ପଟ୍ଟନାୟକ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଜୟଶ୍ରୀ ପଟ୍ଟନାୟକ, ପଦ୍ମାକର ଗୁରୁ, ଜ୍ୟୋତିଷ ସାହୁ, ବ˚ଶୀଧର ବିଶ୍ବାଳ, ହଳଧର ସେଠୀ, ରାମକୃଷ୍ଣ ପରିଡା, ମନୋରଞ୍ଜନ ରାଉତରାୟ, ଜୟକୃଷ୍ଣ ମଲିଆ, ସ୍ବାଧୀନବାଳା ଦାସ, ଶ୍ରୀୟା ମହାନ୍ତି, ବିକ୍ରମ ସାହୁ, ସ˚କୁନା କହଁର, କୈଳାସ ସାହୁ, ଦୀପା ଚୌଧୁରୀ, ସ˚ଜୟ ମିଶ୍ର, ପ˚ଚାନନ ମଣ୍ତଳ, ତରୁଣ ମିଶ୍ର, ଭାଗ୍ୟଶ୍ରୀ ପ୍ରଧାନ, ପ୍ରିୟବ୍ରତ ସାହୁ, ଦେଓ ପ୍ରସାଦ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଦେବେନ୍ଦ୍ର ପ୍ରସାଦ ଦାସ, ନିରଞ୍ଜନ ନାୟକ ପ୍ରମୁଖ ବହୁ ଯୁବ, ଛାତ୍ର, ମହିଳା ଓ ସେବାଦଳର କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର