ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସର ୧୩୭ତମ ପ୍ରତିଷ୍ଠା ଦିବସ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ପାଳିତ ହୋଇଛି। ଏହି ଉପଲକ୍ଷେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦେଶକୁ ସ୍ବାଧୀନ କରିବା ପାଇଁ ୧୩୭ବର୍ଷ ତଳେ କଂଗ୍ରେସ ଦଳ ପ୍ରତିଷ୍ଠା ହୋଇଥିଲା। ଏଥିପାଇଁ ଯେଉଁ ମହାମନିଷୀମାନେ ତ୍ୟାଗ ଓ ବଳିଦାନ ଦେଇଥିଲେ ତାହାକୁ ଆଜି ସ୍ମରଣ କରିବା ଉଚିତ୍। ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ନେତା ଭାରତକୁ ଏକ ପ୍ରଗତିଶୀଳ ରାଷ୍ଟ୍ର ଭାବେ ପରିଚୟ ଦେବା ପାଇଁ ଯେଉଁ ସ୍ବପ୍ନ ଦେଇଥିଲେ ଆଜି ସେହି ଗଣତନ୍ତ୍ରକୁ ପ୍ରତିଦିନ ହତ୍ୟା କରାଯାଉଛି। ମହାତ୍ମା, ଇନ୍ଦିରା, ରାଜୀବଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ନେବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମକୁ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ଏମ୍‌ଡି ଶାହାଦୁଲ୍ଲା ପରିଚାଳନା କରିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଜି.ରୁଦ୍ର ରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ, ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଅମିୟ ପଟ୍ଟନାୟକ, ଅଜିତ କୁମାର, ଚେନସିଂ ସାମଲେ, ମନୋରଂଜନ ଦାଶ, ସ୍ମୃତି ରଂଜନ ଲେଙ୍କା, ୟାସିର ନୱାଜ, ହଳଧର ସେଠୀ, ବିସ୍ମୟ ମହାପାତ୍ର, ରଜନୀ ମହାନ୍ତି, କନକଲତା ମଲ୍ଲିକ, ପ୍ରକାଶ ମିଶ୍ର, ବିଶ୍ବଜିତ ଦାଶ, ସୁବ୍ରତ ମହାପାତ୍ର, ସତ୍ୟବ୍ରତ ନାୟକ, ଶମ୍ଭୁନାଥ ପାଣିଗ୍ରାହୀ, ଅଭିଶେକ ମହାନନ୍ଦ, ଅଂଶୁମାନ ମହାନ୍ତି, ଅଶୋକ ଦାସ, ଭାସ୍କର ସେଠୀ, ଲିଙ୍ଗରାଜ ସାହୁ, ସ୍ବାଧୀନବାଳା ଦାସ, କୁସୁମ ପ୍ରଧାନ, ଜୟକୃଷ୍ଣ ମଲ୍ଲିଆ, ଗୀତାଞ୍ଜଳି ମହାନ୍ତି, କୁଳମଣି ସାହୁ, ସଂକୁନା କହଁର, ସୁଶାନ୍ତ ତ୍ରିପାଠୀ, ଚୈତାଳି ପଟ୍ଟନାୟକ, ଜିଆଉଲ ହକ୍, ଜୟକୃଷ୍ଣ ସୁବୁଦ୍ଧି, ଦୀପକ ମହାପାତ୍ର, ବାଙ୍କନିଧି ବେହେରା, ମଧୁସ୍ମିତା ସେଠୀ, ମୁନି ଥାପ୍ପା, ମିହିର ଆଚାର୍ଯ୍ୟ, ମୋହନ ଜେନା, ମନୋରଂଜନ ରାଉତରାୟ, ପ୍ରଦୀପ ମହାପାତ୍ର, ରଣଜିତ ପାତ୍ର, ଆଲୋକ ମହାନ୍ତି, ପ୍ରଦୀପ ପ୍ରଧାନ, ଦେଓ ପ୍ରସାଦ, ସୁଭାଷ ପ୍ରଧାନ, ସାଗର ପରିଡ଼ା, ସାଗର ପଟ୍ଟନାୟକ, ତାପସ ସେଠୀ ଓ ମଣ୍ଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।