ଧାନର ଅଭାବୀ ବିକ୍ରି ନେଇ କଂଗ୍ରେସର ଅନୁଧ୍ୟାନ କମିଟି ଗଠିତ

ଭୁବନେଶ୍ବର : ସମ୍ପ୍ରତି ପଶ୍ଚିମ ଓଡ଼ିଶାରେ ଦେଖା ଦେଇଥିବା ଧାନର ଅଭାବୀ ବିକ୍ରି ନେଇ କଂଗ୍ରେସ ଦଳ ପକ୍ଷରୁ ଏକ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠିତ ଏହି କମିଟି ଖୁବଶୀଘ୍ର ପଶ୍ଚିମ ଓଡ଼ିଶା ଗସ୍ତ କରି ଚାଷୀମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ପରିସ୍ଥିତିର ଅନୁଧ୍ୟାନ କରି ଏକ ରିପୋର୍ଟ୍ ଖୁବଶୀଘ୍ର ପିସିସିକୁ ଦାଖଲ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିରେ କଂଗ୍ରେସ ନେତା ଅମିୟ କୁମାର ପଟ୍ଟନାୟକ ଆବାହକ ଥିବା ବେଳେ କଂଗ୍ରେସ ନେତା ସତ୍ୟ ଭୂଷଣ ସାହୁ, ସମରେନ୍ଦ୍ର ମିଶ୍ର, ସୁଧିର କୁମାର ପରିଛା, ଗୋବିନ୍ଦ ମିଶ୍ର ପ୍ରମୁଖ ସଦସ୍ୟଭାବେ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର