ଭୁବନେଶ୍ବର : ମାଲକାନଗିରି ଜିଲ୍ଲା କେନ୍ଦୁଗୁଡ଼ା ଗ୍ରାମରେ ନାବାଳକ ହତ୍ୟା ଘଟଣାରେ କଂଗ୍ରେସ ପକ୍ଷରୁ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି କମିଟିରେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଅଧ୍ୟକ୍ଷ ଥିବାବେଳେ ରାମ ପ୍ରସାଦ ପଟ୍ଟନାୟକ, ମାଲା ମାଢ଼ୀ, ଲକ୍ଷ୍ମୀପ୍ରିୟା ନାଏକ, ଭୀମା ବାର୍ସେ, ଇର୍ମା ପୋଡ଼ିଆମି, ଜି. ଶ୍ରୀନିବାସ ରାଓ, କମଳା ବରାଳ, ଦଶରଥ ପୋଡ଼ିଆମି ଓ ମାଲକାନଗିରି ବ୍ଲକ୍‌ ଉପାଧ୍ୟକ୍ଷ ବେଲାନ୍ତି ଗୋପାଳ ପ୍ରମୁଖ ସଦସ୍ୟ ରହିଛନ୍ତି। ଏହି କମିଟି ଆସନ୍ତା ୧୪ ତାରିଖରେ ଘଟଣାସ୍ଥଳ ଗସ୍ତକରି ତଥ୍ୟ ଅନୁଧ୍ୟାନ କରିବା ସହିତ ୭ ଦିନ ମଧ୍ୟରେ ଏକ ରିପୋର୍ଟ ପିସିସି କାର୍ଯ୍ୟାଳୟରେ ଦାଖଲ କରିବ।