ଭୁବନେଶ୍ବର : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ଓଡ଼ିଶା କଂଗ୍ରେସର ୪୦ଜଣିଆ ତାରକା ପ୍ରଚାରକ ତାଲିକାରେ ସ୍ଥାନ ପାଇଛି। ଉତ୍ତର ପ୍ରଦେଶ ବିଶେଷ କରି ଆମେଥି ଓ ରାୟବରେଲୀରେ ଦଳୀୟ ପ୍ରଚାରକୁ ସୀମିତ ରଖିଛନ୍ତି ପ୍ରିୟଙ୍କା। ତେବେ ତାଙ୍କ ନାମ ତାରକା ପ୍ରଚାରକ ତାଲିକାଭୁକ୍ତ ହୋଇଥିବାରୁ ଏହା ରାଜ୍ୟ କଂଗ୍ରେସ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ଓ ଆଶା ଉଦ୍ଦୀପନା ଖେଳାଇ ଦେଇଛି। କେବେ ସେ ଓଡ଼ିଶାକୁ ପ୍ରଚାର ପାଇଁ ଆସିବେ ସେ ନେଇ ଉତ୍କଣ୍ଠା ପ୍ରକାଶ ପାଇଲାଣି।
ଆଜି ଓଡ଼ିଶା ନିର୍ବାଚନ ପାଇଁ କଂଗ୍ରେସର ୪୦ଜଣିଆ ତାରକା ପ୍ରଚାରକ ତାଲିକା ସାମ୍ନାକୁ ଆସିଛି। ଏହି ତାଲିକାରେ ଜାତୀୟ ସଭାପତି ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧୀ, ଟି.ଏସ୍. ସିଂହଦେଓ, ଜିତେନ୍ଦ୍ର ସିଂହଙ୍କ ସହିତ ଆଗଧାଡ଼ିରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେହିପରି ବରିଷ୍ଠ କେନ୍ଦ୍ରୀୟ ନେତା କମଲ୍ ନାଥ, ଭୂପେଶ ବଘେଲ୍, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜି. ରୁଦ୍ର ରାଜୁ, ଅନିଲ ଚୌଧୁରୀ, ସେକ୍ ମସ୍ତାନ୍ ଅଲ୍ଲୀ, ଆଦିତ୍ୟ ଶର୍ମା, ସଚିନ୍ ପାଇଲଟ୍ଙ୍କ ସହିତ ରାଜ୍ୟ ନେତା ଭକ୍ତଚରଣ ଦାସ, ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିଆ, ଜୟଦେବ ଜେନା ମଧ୍ୟ ସ୍ଥାନ ପାଇଛନ୍ତି।
ଚଳିତ ନିର୍ବାଚନ ମଇଦାନରେ କଂଗ୍ରେସ ପାଇଁ ପ୍ରଚାର ବେଳେ କିଛି ଚଳଚ୍ଚିତ୍ର ଅଭିନେତ୍ରୀ, କ୍ରିକେଟ ତାରକା ବି ଝଲସିବେ ବୋଲି ଆଶା କରିଛନ୍ତି ଦଳୀୟ କର୍ମୀ ଓ କର୍ମକର୍ତାମାନେ। ସେହି ତାରିକାମାନଙ୍କ ମଧ୍ୟରେ ଅଛନ୍ତିି ରାଜ୍ ବବର, ନଗ୍ମା, ଖୁସ୍ବୁ, ବିଜୟାଶାନ୍ତି, ମହମ୍ମଦ ଆଝାରୁଦ୍ଦିନ୍, ନବଜ୍ୟୋତ ସିଂହ ସିଦ୍ଧୁ ପ୍ରମୁଖ। ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍, ଶର୍ମିଷ୍ଠା ମୁଖାର୍ଜୀ, ସୁସ୍ମିତା ଦେବ୍, ପଞ୍ଚାନନ କାନୁନ୍ଗୋ, ପ୍ରସାଦ ହରିଚନ୍ଦନ, ଗଣେଶ୍ବର ବେହେରା, ଜଗନ୍ନାଥ ପଟ୍ଟନାୟକ, ଶରତ ପଟ୍ଟନାୟକ, ଶରତ ରାଉତ, ରାଗିଣୀ ନାୟକ, ରଞ୍ଜୀବ ବିଶ୍ବାଳ, ବିଶ୍ବରଂଜନ ମହାନ୍ତି, ଶିବାନନ୍ଦ ରାୟ, ପଦ୍ମାକର ଗୁରୁ।