ବଲାଙ୍ଗୀର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଲାଗି ଟିକେଟ ପାଇଲେ ନରସିଂହ ମିଶ୍ରଙ୍କ ସାନପୁଅ ସମରେନ୍ଦ୍ର

ବଲାଙ୍ଗୀର: ଏଥର ବଲାଙ୍ଗୀର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର। କଂଗ୍ରେସ ପକ୍ଷରୁ ଓଡ଼ିଶା ଲାଗି ଗତ ରାତିରେ ଘୋଷଣା କରାଯାଇଥିବା ଦୁଇଟି ଲୋକସଭା ଆସନର ପ୍ରାର୍ଥୀ ମଧ୍ୟରୁ ସମରେନ୍ଦ୍ର ଅନ୍ୟତମ।

ଏବେ ସମରେନ୍ଦ୍ର ଏଆଇସିସିର ସଦସ୍ୟ ଓ ପିସିସିର ବରିଷ୍ଠ ମୁଖପାତ୍ର। ୨୦୦୪ରେ ନରସିଂହ ମିଶ୍ର ନିର୍ବାଚନ ଜିଣିବା ପରେ ସମରେନ୍ଦ୍ର ରାଜନୀତିରେ ଯୋଗ ଦେଇଥିଲେ। ସେବେଠାରୁ ନରସିଂହ ମଧ୍ୟ ପୁଅ ସମରେନ୍ଦ୍ରଙ୍କୁ ପ୍ରୋଜେକ୍ଟ୍‌ କରି ଆସୁଥିଲେ।

କଂଗ୍ରେସର ବିଭିନ୍ନ ସମାବେଶ ଓ କାର୍ଯ୍ୟକ୍ରମ ଆୟୋଜନରେ ସମରେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଜିଲ୍ଲା ଇସ୍ତାହାର କମିଟିର ମଧ୍ୟ ସେ ସଂଯୋଜକ ଥିଲେ।

ଦଳ ତରଫରୁ ଘୋଷିତ ଅନ୍ୟ ଜଣେ ପ୍ରାର୍ଥୀ ହେଉଛନ୍ତି କୋରାପୁଟ ଲୋକସଭା ଆସନର ସପ୍ତଗିରି ଉଲ୍ଲାକା।

ସମ୍ବନ୍ଧିତ ଖବର