କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ବିଶ୍ୱଭୂଷଣ ଦାସଙ୍କୁ ମିଳିଲା ଟିକେଟ୍‌

କାକଟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ବିଶ୍ୱଭୂଷଣ ଦାସଙ୍କୁ ମିଳିଲା ଟିକେଟ୍‌

ଭୁବନେଶ୍ବର/କାକଟପୁର: ପୁରୀ ଜିଲ୍ଲା କାକଟପୁର ବିଧାନସଭା ପାଇଁ କଂଗ୍ରେସ ମଙ୍ଗଳବାର ଦିନ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ୱଭୂଷଣ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଶ୍ରୀ ଦାସ ବିଜେପିରୁ ଟିକେଟ ନପାଇବା ପରେ କଂଗ୍ରେସରେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୦୯ ଓ ୨୦୧୯ ନିର୍ବାଚନରେ ଶ୍ରୀ ଦାସ କାକଟପୁରରୁ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ୨୦୧୪ ନିର୍ବାଚନରେ ତାଙ୍କର ସମର୍ଥନରେ ସେ ରବି ସେଠୀଙ୍କୁ ସମର୍ଥନ ଦେଇଥିଲେ। ରବି ସେଠୀ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ତେବେ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଏଠାରେ କଂଗ୍ରେସ ହାରିଥିଲା। ଶ୍ରୀ ଦାସ ନିକଟରେ କଂଗ୍ରେସ ଛାଡ଼ି ଟିକେଟ୍‌ ପାଇବା ଆଶାରେ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ବିଜେପି କାକଟପୁରରେ ବାଇଧର ମଲ୍ଲିକଙ୍କୁ ଟିକେଟ ଦେଇଥିଲା। ଫଳରେ ଶ୍ରୀ ଦାସଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଅଳ୍ପ କିଛି ଦିନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ।

କଂଗ୍ରେସ ଏପର୍ଯ୍ୟନ୍ତ ୧୪୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। କେବଳ ନୀଳଗିରି ଆସନରେ ପ୍ରାର୍ଥୀ ଦେଇ ନାହିଁ। କାକଟପୁର ଆସନରେ ବିଜୁ ଜନତା ଦଳ କ୍ରୀଡ଼ା ଓ ଯୁବ ସେବା ବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହରାଙ୍କୁ ଅବତୀର୍ଣ୍ଣ କରିଛି। ସ‌େହିପରି ବିଜେପି ଟିକେଟରେ ବାଇଧର ମଲ୍ଲିକ ପଡ଼ିଆକୁ ଓହ୍ଲାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe