୧୦ରେ ପିସିସି ସଭାପତିଙ୍କ ନେତୃତ୍ବରେ କୋଟିଆ ଗସ୍ତ କରିବ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ବର : ଆସନ୍ତା ୧୦ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କୋଟିଆ ଅଞ୍ଚଳ ଗସ୍ତ କରିବ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ। ସେହିଦିନ ସକାଳ ୧୦ଟାରେ ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁନ୍ଦୁଲି ଛକଠାରେ କଂଗ୍ରେସ ନେତୃବୃନ୍ଦଙ୍କୁ ଏକାଠି ହେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଇଛି। ପରେ ସେଠାରୁ ପ୍ରତିନିଧି ମଣ୍ଡଳୀ କୋଟିଆର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଗତମାସ ୧୩ ତାରିଖରେ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାର ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବରେ ପଞ୍ଚାୟତ ନିର୍ବାଚନ କରିଛନ୍ତି। ଯାହା ଆମ ରାଜ୍ୟ ପାଇଁ ଏକ ନିନ୍ଦନୀୟ ଓ ଲଜ୍ଜାକର ଘଟଣା। ରାଜ୍ୟ ଓ ଜନସାଧାରଣଙ୍କ ସ୍ବାର୍ଥ ପ୍ରତି କଂଗ୍ରେସ ସବୁବେଳ କାର୍ଯ୍ୟ କରିଆସିଛି। ଏହି ଘଟଣାକୁ ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି।

ସମ୍ବନ୍ଧିତ ଖବର