୨୦ରେ ମୃତ ଚାଷୀ ରାମାକାନ୍ତଙ୍କ ପରିବାରକୁ ଭେଟିବ କଂଗ୍ରେସ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ବର : ଆସନ୍ତା ୨୦ ତାରିଖ ରବିବାର ଦିନ ଯାଜପୁର ଜିଲ୍ଲାର ମୃତ ଚାଷୀ ରାମାକାନ୍ତ ମଳିକଙ୍କ ପରିବାରକୁ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଭେଟିବ। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରାଙ୍କ ନେତୃତ୍ବରେ କମିଟିର ୫ ଜଣିଆ ସଦସ୍ୟ ବରପଦା ଗ୍ରାମପଞ୍ଚାୟତ ଅଧୀନସ୍ତ ୭ ନମ୍ବର ଓ୍ବାର୍ଡ଼ରେ ରହୁଥିବା ସ୍ବର୍ଗତଃ ମଳିକଙ୍କ ପରିବାରବର୍ଗଙ୍କୁ ଭେଟି ଆଲୋଚନା କରିବେ। ଯେ ପର୍ଯ୍ୟନ୍ତ ସରକାର ଏହି ପରିବାରକୁ ନ୍ୟାୟ ପ୍ରଦାନ କରିନାହାନ୍ତି, ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ନିରନ୍ତର ସଂଘର୍ଷ ଜାରି ରଖିବ ବୋଲି ପିସିସି ପକ୍ଷରୁ ପ୍ରେସ୍‌ ଇସ୍ତାହାର ଜାରି କରି ପ୍ରକାଶ କରାଯାଇଛି। ସେଠାରୁ ଫେରି ସେପ୍ଟେମ୍ବର ୨୧ ତାରିଖରେ କମିଟି ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କିଷାନ କଂଗ୍ରେସ କମିଟି ସଭାପତି ଅମୀୟ ପଟ୍ଟନାୟକ, କଂଗ୍ରେସ ନେତା ଜ୍ଞାନଦେବ ବେଉରା, ପଦ୍ମାକର ଗୁରୁ ଓ ସୋସିଆଲ୍‌ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର