ଭୁବନେଶ୍ବର : ଗତ ୨୩ ତାରିଖରେ ଅନୁଷ୍ଠିତ ଆଠଗଡ଼ ଓ ଘସିପୁରା ନିର୍ବାଚନ ମଣ୍ଡଳୀର ବହୁସଂଖ୍ୟକ ବୁଥେର ମତଦାନରେ ଅନିୟମତତତା ଓ ବିଭ୍ରାଟ ଉପୁଜିଛି। ଏଣୁ ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇନଥିବା ଅଭିଯୋଗ କରି ସଂପୃକ୍ତ ବୁଥ୍ଗୁଡ଼ିକରେ ସାନି ମତଦାନ କରିବାକୁ କଂଗ୍ରେସ ଦାବି କରିଛି।
ଆଜି ପ୍ରଦେଶ କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ, ଉପସଭାପତି ଯଜ୍ଞେଶ୍ବର ବାବୁ, ଆଠଗଡ଼ ବିଧାୟକ ପ୍ରାର୍ଥୀ ଉମବଲ୍ଲଭ ରଥ, ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରମୁଖ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ସେସବୁ ମତଦାନ କେନ୍ଦ୍ରଗୁଡ଼ିକରେ ସାନି ମତଦାନ ପାଇଁ ଦାବି କରିଥିଲେ। ସେମାନେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବୁଥ୍ ନଂ. ୧୬୪, ୧୧, ୨୦୪, ୧୦୧, ୧୬୭ରେ ବିଜେଡି କର୍ମୀ ଓ ଗୁଣ୍ଡାମାନେ ଜବରଦସ୍ତ ପଶିଥିବାର ପ୍ରାମଣିକ ତଥ୍ୟ, ଭିଡ଼ିଓ କ୍ଲିପିଙ୍ଗ୍ ସିଇଓଙ୍କୁ ଦେଇଥିଲେ। ସେହିପରି ଘସିପୁରା ନିର୍ବାଚନ ମଣ୍ଡଳୀର ବହୁସଂଖ୍ୟକ ବୁଥ୍ରେ ରିଗିଂ ହୋଇଥିବା ଅଭିଯୋଗ କରି ସେଠାେର ସାନି ମତଦାନ ପାଇଁ ସେମାନେ ଦାବି କରିଥିଲେ। ବୁଥ୍ ରିଗିଂରେ ଜଡ଼ିତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଧ୍ୟ ସେମାନେ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/cong-9.jpg)