ବିଧାୟକଙ୍କ ଗିରଫ ଦାବି କଲା କ˚ଗ୍ରେସ

ଦଳ ନିଷ୍ପତ୍ତି ନେବ: ବିଜେଡି

ଭୁବନେଶ୍ବର : ପୁଲୱାମାରେ ସହିଦ ଯବାନ ମନୋଜ ବେହେରାଙ୍କ ସଂପର୍କୀୟ ଦାଦାଙ୍କୁ ତଣ୍ଟିଆ ମାରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଦଳରୁ ବହିଷ୍କାର କରିବା ସଙ୍ଗେ ସଙ୍ଗେ ଗିରଫ କରିବା ପାଇଁ ପ୍ରଦେଶ କଂଗ୍ରେସ ଦାବି କରିଛି।

ଆଜି ଏ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସଭାରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ବରିଷ୍ଠ ନେତା ପ˚ଚାନନ କାନୁନ୍‌ଗୋ ଓ ମୁଖପାତ୍ର ଅଶୋକ ସାମଲ ପ୍ରମୁଖ ବିଧାୟକଙ୍କ ଗିରଫ ଦାବି କରିଛନ୍ତି। ସେମାନେ କହିଛନ୍ତିି ଯେ ଏହି ଘଟଣାଟି ସାରା ଭାରତବର୍ଷରେ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ପାକିସ୍ତାନରେ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଅଭିଜିତ ଆୟାର ନାମକ ଏକ ବ୍ୟକ୍ତି ଓଡିଶା ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଘଟଣାଚକ୍ରରେ କ୍ଷମା ମାଗିଥିଲେ। କିନ୍ତୁ ରାଜ୍ୟ ସରକାର ତାଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ। ଗତ କିଛିମାସ ତଳେ ପିପିଲିର ବେବିନା ଘଟଣାରେ ତତ୍‌କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ପରିହାସପୂର୍ଣ୍ଣ ମନ୍ତବ୍ୟ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ତଳରୁ ବିଦା କରିଥିଲେ। ବର୍ତମାନ ଶ୍ରୀ ସାମନ୍ତରାୟଙ୍କ କ୍ଷେତ୍ରରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଘଟଣା ଓଡିଶାକୁ ସାରା ଦେଶରେ ଅପନିନ୍ଦିତ କରାଇଛି। ଏ ସଂପର୍କରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ଏହି ଘଟଣାରେ ସଂପୃକ୍ତ ବିଧାୟକ କ୍ଷମା ମାଗିସାରିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ପ୍ରଶ୍ନର ଉତ୍ତରରେ ସେ ନେଇ ଦଳ (ବିଜେଡି) ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର