ଭୁବନେଶ୍ବର : ରାଜ୍ୟର ସମସ୍ତ ନାଗରିକ ଅର୍ଥାତ୍ ସାଢେ ୪ କୋଟି ଲୋକଙ୍କୁ ମିଳୁ କରୋନା ଟିକା । ଏହାକୁ ନେଇ ସାଂବାଦିକ ସମ୍ମିଳନୀରେ ଦାବି କରିଛି କଂଗ୍ରେସ । ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ମୋଦୀ ସରକାର ସମସ୍ତଙ୍କୁ ଟିକା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।
ବର୍ତମାନ ରାଜ୍ୟକୁ ଅଧିକ ଟିକା ଆବଶ୍ୟକତା ରହିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍ ମାଗି କରି ଆଣି ପାରୁନଥିବା ଅଭିଯୋଗ କରିଛି କଂଗ୍ରେସ । ସେହିପରି କୋୱିନ୍ ପୋର୍ଟାଲ ଜରିଆରେ ଆଦିବାସୀ ବହୁଳ ଅଂଚଳରେ ରେଜିଷ୍ଟ୍ରେସନ କରିବା ସଂଭବ ନୁହଁ । ଏହି ସବୁ ଅଂଚଳକୁ ପୋର୍ଟାଲରୁ ବାଦ୍ ଦେବାକୁ ଦାବି କରିଛି କଂଗ୍ରେସ । ସେହିପରି ବାତ୍ୟା ୟାସ୍ ପ୍ରଭାବିତ ଅଂଚଳ ବୁଲିବା ପରେ ରାଜ୍ୟରେ ସାଢେ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କେବଳ ପ୍ରହସନ ବୋଲି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Screen-Shot-2021-06-04-at-3.54.30-PM-1-750x430-1.png)