ଭୁବନେଶ୍ୱର: କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାରୀ ସ୍ତରରେ ଯେଉଁ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି, ତାହା ବାସ୍ତବତାଠାରୁ ବହୁ ଦୂରରେ। ଚାଷୀଙ୍କର ଏଭଳି ଦୁସ୍ଥିତି ଓ ସଙ୍ଗିନ ପରିସ୍ଥିତିରେ ସେମାନଙ୍କୁ ସୁସଂଗଠିତ କରି ବର୍ତମାନର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ କଂଗ୍ରେସ ଲଢ଼େଇ କରିବ। ଅଣ ସଂଗଠିତ କୃଷକ, କୃଷିଜୀବୀ ମହିଳା ଓ କୃଷି ଶ୍ରମିକ ଓ ଭାଗଚାଷୀମାନଙ୍କୁ ପ୍ରତି ଗ୍ରାମ ଓ ବୁଥ୍ ସ୍ତରରୁ ସଂଗଠିତ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତିି ନିରଞ୍ଜନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଓ ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମାଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୩ ମାସ ମଧ୍ୟରେ କଂଗ୍ରେସ କୃଷକ ସେଲକୁ ପ୍ରତି ବୁଥ୍ ସ୍ତରରୁ ପୁନର୍ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଆଜି ଏକ ପ୍ରେସ ଇସ୍ତାହାରରେ ପ୍ରଦେଶ କିଷାନ କ୍ଷେତ ମଜଦୁର କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏହା ଜଣାଇଛନ୍ତି। ପ୍ରତି ବୁଥ୍ରେ ଦୁଇଜଣ ଅଗ୍ରଣୀ ଚାଷୀ ପ୍ରତିନିଧି, ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ବୁଥ୍ ଆବାହକ, ପ୍ରତି ବ୍ଳକର ପ୍ରତି ଜିଲ୍ଲାପରିଷଦ ଜୋନ୍ ପାଇଁ ଜଣେ ସଭାପତି, ଜଣେ କାର୍ଯ୍ୟକାରୀ ସଭାପତି ଓ ପ୍ରତି ଜିଲ୍ଲା ପରିଷଦ ଜୋନ୍ରୁ ୫୦ଜଣ ଅଗ୍ରଣୀ ଚାଷୀଙ୍କୁ ସଦସ୍ୟ, ପ୍ରତି ନଗର କମିଟି ପାଇଁ ଜଣେ ସଭାପତି ଓ ଜଣେ ସମ୍ପାଦକ ଓ ୫ଜଣ ସଦସ୍ୟ, ଜିଲ୍ଲା କମିଟିରେ ଜିଲ୍ଲା ଅଧ୍ୟକ୍ଷଙ୍କ ସହିତ ୨ଜଣ କାର୍ଯ୍ୟକାରୀ ସଭାପତି, ଜଣେ ଆବାହକ, ୨ଜଣ ସାଧାରଣ ସମ୍ପାଦକ, ୨ଜଣ ସମ୍ପାଦକ, ଜଣେ କାର୍ଯ୍ୟାଳୟ ସମ୍ପାଦକ ଓ ଜିଲ୍ଲା କାର୍ଯ୍ୟକାରିଣୀକୁ ପ୍ରତି ବ୍ଳକରୁ ଜଣେ ଦକ୍ଷ ସଂଗଠକ ତଥା ଅଗ୍ରଣୀ ଚାଷୀଙ୍କୁ ସଦସ୍ୟ, ରାଜ୍ୟ କମିଟିରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସହିତ ୪ଜଣ କାର୍ଯ୍ୟକାରୀ ସଭାପତି, ୪ଜଣ ଆବାହକ, ୪ଜଣ ସାଧାରଣ ସମ୍ପାଦକ, ୪ଜଣ ସମ୍ପାଦକ, ଜଣେ କାର୍ଯ୍ୟାଳୟ ସମ୍ପାଦକ ଓ ପ୍ରତି ଜିଲ୍ଲାରୁ ଦଳର ଜଣେ ଦକ୍ଷ ସଂଗଠକ ତଥା ଅଗ୍ରଣୀ ଚାଷୀ ପ୍ରତିନିଧିଙ୍କୁ ସଦସ୍ୟ ରୂପେ ନିଯୁକ୍ତି କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/congress.jpg)