ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଗ୍ରାମବାସୀମାନେ ନିଜର ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ ନିରସ୍ତ୍ର ଗ୍ରାମବାସୀଙ୍କୁ ପୁଲିସ ବର୍ବୋଚରିତ ଭାବେ ଆକ୍ରମଣ କରି ଲହୁଲୁହାଣ କରିଛି। ବହୁ ଲୋକଙ୍କୁ ଗିରଫ କରାଯାଇଛି ଓ ବହୁ ପାନ ଚାଷୀଙ୍କର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଏହି କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିବା ବେଳେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଆବାହକ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ଖୁଣ୍ଟିଆ, ନଟବର ବାରିକ, ଅରିନ୍ଦମ ସର୍ଖେଲ ଓ ଅଂଶୁମାନ ମହାନ୍ତି ରହିଛନ୍ତି। ଏହି କମିଟି ଖୁବଶୀଘ୍ର ଢିଙ୍କିଆ ଗସ୍ତ କରି ଘଟଣାର ଅନୁଧ୍ୟାନ କରିବେ। ଦଳର ପରବର୍ତୀ ପଦକ୍ଷେପ ସଂପର୍କରେ ଏକ ରିପୋର୍ଟ କଂଗ୍ରସ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ କୁହାଯାଇଛି। ଏହାସହିତ ସ୍ଥାନୀୟ ଅଞ୍ଚଳରେ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ କରିବା ଲାଗି କମିଟିକୁ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp