ମୋହନ ଭାଗବତ କ୍ଷମା ମାଗନ୍ତୁ: ଯୁବ କଂଗ୍ରେସ

ଭୁବନେଶ୍ୱର : ଭାରତୀୟ ସୈନ୍ୟଙ୍କ ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ହୀନ ମନ୍ତବ୍ୟ ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ମାଷ୍ଟର କ୍ୟାଣ୍ଟିନ ଛକରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୋହନ ଭାଗବତଙ୍କର କୁଶପୁତଳିକା ଦାହ କରାଯାଇଥିଲା।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଏକ ର‍୍ୟାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ଶ୍ରୀ ମହାରଥି କହିଛନ୍ତି, ଭାରତୀୟ ସୈନ୍ୟଙ୍କର ଶକ୍ତି ଓ ବିଶ୍ୱସନୀୟତା ଉପରେ ମୋହନ ଭାଗବତ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଭାରତୀୟ ସ୍ଥଳ ସେନାକୁ ଯେଉଁ କାମ କରିବାକୁ ୬ରୁ ୭ ମାସ ଲାଗିଥାଏ, ତାହାକୁ ସଂଘ ପରିବାର ୩ ଦିନ ମଧ୍ୟରେ କରିପାରିବ ବୋଲି ମୋହନ ଭାଗବତ ଯେଉଁ ବାହାସ୍ଫୋଟ ମାରିଛନ୍ତି, ତାହା ସଂଘ ପରିବାରର ମନୋବଳ ବୃଦ୍ଧି କରିପାରେ, ମାତ୍ର ଦେଶପାଇଁ କ୍ଷତିକାରକ। ଭାରତୀୟ ସେନା ନିକଟରେ ମୋହନ ଭାଗବତ ସର୍ବସମ୍ମୁଖରେ କ୍ଷମାପ୍ରାର୍ଥନା କରିବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ସେଖ୍‌ ଅମିର ମହମ୍ମଦ, ରଞ୍ଜିତ ପାତ୍ର, ଦେବାଶିଷ ମହାପାତ୍ର, ସ୍ୱାଗତ କର, ସଂକୁନା କହଁର, ୟାସିର ନଓ୍ଵାଜ, ସୌମ୍ୟଜିତ ମିଶ୍ର, ବିରଞ୍ଚି ବାରିକ, ଲାଲା ପଠାନ, ବାବୁନି ରାଉଳ, ଶିବଦତ୍ତ ମହାନ୍ତି, ସାଗର ପଟ୍ଟନାୟକ, ସୟଦ ଫାରୁକ ଅଲ୍ଲୀ, ମହାଫିଜ ଖାନ, ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର